ଦାମଙ୍କ ଇଛାକୁ ଗୁରୁତ୍ୱ ଦେଉନି ଦଳ

ନିର୍ବାଚନର ପୂର୍ବରୁ ମୋତେ ସମସ୍ତେ ପଚାରୁଥିଲେ ହେଲେ ନିର୍ବାଚନ ପରେ କେହି ଆଉ ମୋତେ ପଚାରୁ ନାହାଁନ୍ତି। ଏବେ ମୁଁ ଅଲୋଡ଼ା ହୋଇପଡିଛି। ଅସହାୟ ହୋଇ ଏଭଳି କଥା କହିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମଦାର ରାଉତ। ସେ କହିଛନ୍ତି ନିର୍ବାଚନ ଲଢ଼ିବାକୁ ମୋର ଆଉ ବୟସ ନାହିଁ। ଯେଉଁ ଦଳ ମୋତେ ପଚାରୁନି, ମୁଁ କ’ଣ ଗୋଡ଼େଇକି ପ୍ରାର୍ଥୀ ହେବି। ମୋର ସ୍ଥିତି ଦଳ ଅନୁଭବ କରୁନି, ମୁଁ ଆଉ କ’ଣ କହିବି। ସାଧାରଣ ଜୀବନରେ ଜଣେ ବ୍ୟକ୍ତି ପାଇଁ ଦଳ ଅନିବାର୍ଯ୍ୟ ନୁହେଁ। ନିର୍ବାଚନ ପରେ ରାଜ୍ୟର କିମ୍ବା କେନ୍ଦ୍ରରେ ଥିବା ବିଜେପିର କୌଣସି ନେତା ମୋ ସହ କଥା ହୋଇ ନାହାନ୍ତି। ମୋତେ କେହି ଡାକି ନଥିଲେ, ମୁଁ ଦୁଇ ଥର ମନକୁ ମନ ମିଟିଂକୁ ଯାଇଥିଲି। ମିଟିଂ ସରିଲା ପରେ ମୋତେ କେହି କିଛି କହିଲେନି, ତଥାପି ମୁଁ ଆସିଲି। ହେଲେ ଏବେ ମୁଁ ଆଉ ନିର୍ବାଚନ ରାଜନୀତି ପାଇଁ ଆଗ୍ରହୀ ନୁହେଁ। ତେବେ ଲୋକଙ୍କ ସହ ରହିବି ବୋଲି ଡାକ୍ତର ଦାମଦର ରାଉତ କହିଛନ୍ତି।

Leave a Reply

Your email address will not be published. Required fields are marked *