ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଦିଲ୍ଲୀ ସମେତ ଦେଶର ବଡ଼ ବଡ଼ ସହରକୁ ଟାର୍ଗେଟ କରିଛି। ନବରାତ୍ରୀ ଓ ଦଶହରା ସମୟରେ ବଡ଼ ଧରଣର ବିସ୍ଫୋରଣ ପାଇଁ ଯୋଜନା କରୁଛନ୍ତି ଆତଙ୍କବାଦୀ। କରୁଥିବା ଗୋଇନ୍ଦା ବିଭାଗ ପକ୍ଷରୁ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ଗୋଇନ୍ଦା ବିଭାଗ ରାଜ୍ୟ ପୋଲିସକୁ ସତର୍କ କରାଇଛି। ପୂର୍ବରୁ ଆତଙ୍କବାଦୀଙ୍କ ଟାର୍ଗେଟରେ ଓଡ଼ିଶା ରହିଛି। ଏଠାରୁ ମଧ୍ୟ କେତେକ ଆତଙ୍କବାଦୀ ଧରାହୋଇଛନ୍ତି। ଏବେ ଗୁଇନ୍ଦା ରିପୋର୍ଟ ମିଳିବା ପରେ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। କଟକ, ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ପୁରୀ ସମତେ ସମସ୍ତ ଉପକୂଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦଶହରାରେ ପୂଜାମଣ୍ଡପ ନିକଟରେ ପ୍ରବଳ ଗହଳି ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ତଟ ଦେଇ ଆତଙ୍କବାଦୀମାନେ ପଶି ଆସିବାର ସମ୍ଭାବନା ଥିବାରୁ ଉପକୂଳରେ ସୁରକ୍ଷା ଓ ପାଟ୍ରୋଲିଂକୁ ଜୋର୍ଦାର କରିବାକୁ କୁହାଯାଇଛି। ସମୁଦ୍ରପଥ ଦେଇ ଆତଙ୍କବାଦୀମାନେ ପଶି ଆସିବା ସମ୍ଭାବନା ଥିବାରୁ ଓଡ଼ିଶା ପୋଲିସକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।