ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଦଖଲ କଲେ ସେନା ମୁଖ୍ୟ ବାଜୱା:ଖୁବଶୀଘ୍ର ଇମ୍ରାନଙ୍କୁ ହଟାଇ କ୍ଷମତା ହାସଲ କରିପାରନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ସରକାର ପ୍ରତି ଏବେ ସଙ୍କଟ ଦେଖା ଦେଇଛି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜୱା, ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ କରି ନିଜେ କ୍ଷମତା ଦଖଲ କରିପାରନ୍ତି। ଏଭଳି  ଆଶଙ୍କା ଏବେ ପାକିସ୍ତାନରେ ଦେଖାଦେଇଛି। ନିକଟରେ ବାଜୱା ଦେଶର ବଡ଼ବଡ଼ ଶିଳ୍ପପତିଙ୍କ ସହିତ ଏକ ବୈଠକରେ ଯୋଗଦେଇଛନ୍ତି। ଶିଳ୍ପପତିମାନେ ସେମାନଙ୍କର ସମସ୍ୟା ସମ୍ପର୍କରେ ବାଜୱାଙ୍କୁ ଅବଗତ କରାଇଛନ୍ତି। ପାକିସ୍ତାନର ଅର୍ଥନୀତି ଅତି ଦୁର୍ବଳ ହୋଇ ପଡିଥିବାରୁ ସେନା ଏବେ ଅର୍ଥ ବ୍ୟବସ୍ଥାକୁ ଦଖଲ କରିଥିବା କୁହାଯାଉଛି। ତେବେ ବାଜୱାଙ୍କ ଏହି ବୈଠକକୁ କେତେକ ନାପସନ୍ଦ କରିଛନ୍ତି। ସୈନ୍ୟ ବାହିନୀ ମୁଖ୍ୟ ଦେଶର ସୀମା ପ୍ରତି ଦୃଷ୍ଟି ନ ଦେଇ ଆଭ୍ୟନ୍ତରୀଣ କାର୍ଯ୍ୟରେ ଦଖଲ ଦେବା ଅନାବଶ୍ୟକ ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନର ୭୨ ବର୍ଷ ଇତିହାସରେ ସୈନ୍ୟ ବାହିନୀ ମୁଖ୍ୟଙ୍କ ଦ୍ୱାରା ଏଭଳି ଅନେକଥର କ୍ଷମତା ଦଖଲ ହୋଇଛି। ଫିଲ୍ଡ ମାର୍ଶଲ ଆୟୁବ ଖାଁ, ୟହିୟା ଖାଁ, ଜିଆଉଲ୍‌ ହକ୍‌, ପରବେଜ୍‌ ମୁଶାରଫ ଆଦି ପ୍ରାୟ ୩୫ ବର୍ଷ ଧରି ପାକିସ୍ତାନର ଶାସନ ଡୋର ଧରିଛନ୍ତି। ପୁଣି ଏବେ ପାକିସ୍ତାନରେ ସେହିପରି ସ୍ଥିତି ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *