କେନ୍ଦ୍ରାପଡାରେ ଲାଗୁ ହେବ ଏନ୍ଆରସି: ଚିହ୍ନଟ ହେବେ ବିଦେଶୀ ନାଗରିକ

କେନ୍ଦ୍ରାପଡା ଜିଲ୍ଲାରେ ରହୁଥିବା ବିଦେଶୀ ନାଗରିକ ଚିହ୍ନଟ ହେବେ। ଏହି ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାରେ ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନସିପର ନବୀକରଣ କରାଯିବାକୁ ଯୋଜନା କରାଯାଇଛି। ଏଥିଲାଗି  ଗତ ସେପ୍ଟେମ୍ବର ୨୦ ତାରିଖରେ ଗୃହ ମନ୍ତ୍ରାଳୟ ପକ୍ଷରୁ ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆଙ୍କୁ ପତ୍ର ଆସିଛି। ଉକ୍ତ ପତ୍ରରେ ଉଲ୍ଲେଖ ରହିଛି କି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଆଇନଜୀବୀ ମୋହିତ ଅଗ୍ରୱାଲ୍ ୨୦୧୮ ନଭେମ୍ବର ୨୬ ତାରିଖରେ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲେ, ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଏନଆରସିର ନବୀକରଣ ଲାଗି ନିର୍ଦ୍ଦେଶ ଦିଆଯିବାକୁ ସୁପାରିସ କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ଏହାକୁ ଗ୍ରହଣ କରି ୨୦୧୯ ଜାନୁଆରୀ ୨୧ରେ ରାଜ୍ୟ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ଆମିକସ କ୍ୟୁରିଙ୍କ ପରାମର୍ଶ ଆଧାରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *