ବିଞ୍ଝାରପୁର ବିଧାୟିକା ତଥା ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କୁ ଉଠାଇ ନେଇଛି ମୁମ୍ୱାଇ ପୋଲିସ। ମୁମ୍ୱାଇ କ୍ରାଇମ୍ବ୍ରାଞ୍ଚର ଏକ ଟିମ୍ ତାଙ୍କୁ ଆଜି ସମ୍ବଲପୁରରୁ ଗିରଫ କରିଛି। ଏପରିକି କ୍ଷୀରୋଦଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଆର୍ଥିକ ଅନିୟମିତତା ମାମଲାରେ ବାପ-ପୁଅକୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡ଼ିଛି। କ୍ଷୀରୋଦ ଏକ ଅର୍ଥ ଲଗାଣକାରୀ ସଂସ୍ଥା ଖୋଲିଥିଲେ। ଯାହାର ନେଟ୍ୱାର୍କ ସମଗ୍ର ଓଡ଼ିଶା ସହିତ ମୁମ୍ବାଇରେ ମଧ୍ୟ ଖୋଲିଥିଲା। ଲୋକଙ୍କୁ ଲୋଭ ଦେଖାଇ ଏହି ସଂସ୍ଥା ବହୁ ଅର୍ଥ ହଡ୍ପ କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ପୂର୍ବରୁ ସଂସ୍ଥାର ମୁଖ୍ୟ କ୍ଷୀରୋଦ ମଲ୍ଲିକ ଗିରଫ ହୋଇଥିଲେ। ପରେ ସେ ବେଲ୍ରେ ଆସିଥିଲେ।