ଚାଲିଛି ଦଲାଲ୍ ଧରା ଅଭିଯାନ, ଗୋଟିଏ ଦିନରେ ଧରା ହେଲେ 16 ଜଣ

ଦଲାଲଙ୍କୁ ଆଉ ନିସ୍ତାର ନାହିଁ। ଗୋଡାଇ ଗୋଡାଇ ଦଲାଲଙ୍କୁ ଖୋଜୁଛି ପୋଲିସ। ଏପର୍ଯ୍ୟନ୍ତ ସୁଦ୍ଧା 70ରୁ ଉର୍ଦ୍ଧ ଦଲାଲଙ୍କୁ ଧରିସାରିଲାଣି ପୋଲିସ। ସରକାର ଚଳାଇଥିବା ଦଲାଲ ମୁକ୍ତ ଅଭିଯାନରେ ରବିବାର ବିଭିନ୍ନ ସ୍ଥାନରୁ ୧୬ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୪ଜଣ ଆରଟିଓ ଦଲାଲ ହୋଇଥିବାବେଳେ ୧୨ ଜଣ ମେଡିକାଲ ଦଲାଲ। କଟକରୁ ସର୍ବାଧିକ ୫ଜଣ ମେଡିକାଲ ଦଲାଲ ଗିରଫ ହୋଇଛନ୍ତି। ଏହି ଦଲାଲମାନଙ୍କ ନାଁରେ ରୋଗୀ ମାନଙ୍କୁ ଲୁଟିବା ସହ ଡାକ୍ତରମାନଙ୍କ ସହ ଡିଲ୍ କରି ଲୋକଙ୍କୁ ଅସୁବିଧାରେ ପକାଉଥିବାର ଅଭିଯୋଗ ରହିଥିଲା। ତାଙ୍କ କାର୍ଯ୍ୟକଳାପକୁ ଟ୍ରାକ କରି ଏହି ଦଲାଲମାନଙ୍କୁ ଧରା ଯାଇଛି। ଏପର୍ଯ୍ୟନ୍ତ ପୋଲିସ ଜାଲରେ 70ରୁ ଅଧିକ ଦଲାଲ୍ ବିଭିନ୍ନ ସ୍ଥାନରୁ ଧରା ହୋଇସାରିଲେଣି। ସେପଟେ ଲୋକଙ୍କ ସୁବିଧା ପାଇଁ ରାଜଧାନୀରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦଲଲାଙ୍କ ଠାକାମୀରେ କିପରି ଲୋକେ ନ ପଡିବେ ସେଥିପ୍ରତି ସରକାର ବିଶେଷ ଗୁରୁତ୍ୱ ଦେଇଛି। ସହିଦ ନଗର ବିଏମ୍‌ସି ୱାର୍ଡ ଅଫିସ ଓ OSRTC ପରିସରରେ ଲୋକଙ୍କ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଯୋଗାଇ ଦିଆଯାଉଛି। ମଙ୍ଗଳବାର ଠାରୁ ଅକ୍ଟୋବର ୪ ତାରିଖ ଯାଏଁ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ପାଇଁ ଆସୁଥିବା ବ୍ୟକ୍ତି ଆବେଦନ ଫର୍ମର କପି, ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣ, ବ୍ଲଡ ଗ୍ରୁପ ସାର୍ଟିଫିକେଟ ଆଣିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *