ଏସସିବିରେ ଚିକିତ୍ସିତ ହେଉଛନ୍ତି ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାକାଳିଆ। ଦିଲ୍ଲୀ ଏମସରୁ ଜଗା କାଳିଆ ଅଲଗା ହୋଇ କଟକ ଆସିବା ପରେ ଜଗା ପ୍ରାୟତଃ ସୁସ୍ଥ ରହିଛି। କିନ୍ତୁ କାଳିଆର ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସଙ୍କଟାପନ୍ନ ହେବାରେ ଲାଗିଲାଣି। କାଳିଆ ଏବେ ଗୁରୁତର ଅବସ୍ଥାରେ ଭେଂଟିଲେଟରରେ ରହିଛି। କାଳିଆର ସ୍ୱାସ୍ଥ୍ୟାବସ୍ଥା ନେଇ ଏସସବି ପକ୍ଷରୁ ଏମ୍ସ ଡାକ୍ତରଙ୍କ ପରାମର୍ଶ ନିଆଯାଇଛି। କାଳିଆ ଛାତିରେ ସଂକ୍ରମଣ ହେବା ସହ ନିମୋନିଆରେ ଆକ୍ରାନ୍ତ ହୋଇଛି। ଯାହା ଫଳରେ ତାକୁ ଭେଂଟିଲେଟରରେ ରଖାଯାଇଛି । କଳିଆର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ଏସସିବି ଡାକ୍ତରଙ୍କ କହିବାନୁସାରେ, ଏମ୍ସ ଡାକ୍ତରଙ୍କ ପରାମର୍ଶରେ କାଳିଆର ଚିକିତ୍ସା ଚାଲିଛି।