ନାମାଙ୍କନ ଆରମ୍ଭ ହୋଇନି କିନ୍ତୁ ଏବେଠୁ ବିଜେପୁରରେ ବୁଲିଲାଣି ଖଣ୍ଡା, ଭୁଜାଲି ଓ ବନ୍ଧୁକ: ବିଜେପି ନେତାଙ୍କୁ ସଂଘବଦ୍ଧ ଭାବେ ହାଣିଲେ

ପ୍ରଚାର ଆମ୍ଭ ହୋଇନି, ନାମାଙ୍କନ ମଧ୍ୟ ଦାଖଲ ହୋଇନି କିମ୍ବା ସବୁ ଦଳର ପ୍ରାର୍ଥୀଙ୍କ ନାଁ ଘୋଷଣା ମଧ୍ୟ ସରିନି, ହେଲେ ମୈଦାନରେ ବୁଲିଲାଣି ଭୁଜାଲି, ଖଣ୍ଡା ଓ ବନ୍ଧୁକ। ଯେଉଁଥିରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ବିଜେପି ନେତା। ବିଜେପି ନେତା ମନୋରଞ୍ଜନ ମେହେରଙ୍କୁ ଏକୁଟିଆ ଦେଖି ସଂଘବଦ୍ଧ ଭାବେ କିଛି ଲୋକ ଭୁଜାଲିରେ ହାଣି ଲହୁଲହାଣ କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବାର ଗୋଟିଏ ସପ୍ତାହ ଭିତରେ ବିଜେପୁରରେ ଏଭଳି ରାଜନୈତିକ ହିଂସାକୁ ନେଇ ଏବେ ହଟଚମଟ ସୃଷ୍ଟି ହୋଇଛି। ନିର୍ବାଚନ ପୂର୍ବରୁ ବିଜେପୁରରେ ଏହି ହିଂସାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶାସନର ମୁଣ୍ଡ ବିନ୍ଧାର କରାଣ ପାଲଟିଛି। ଦଳୀୟ ନେତା ମନୋରଂଜନ ମେହେରଙ୍କ ଉପରେ ଆକ୍ରମଣକୁ ବିଜେପି ନିନ୍ଦା କରିଛି। ଶାସକ ଦଳର କିଛି କର୍ମୀ ଓ ନେତା ଏହି ଆକ୍ରମଣ କରିଥିବା ବିଜେପି ଅଭିଯୋଗ କରିଛି। ପୂର୍ବରୁ ବିଜେପୁର ନିର୍ବାଚନ ବେଳେ ମନୋରଂଜନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ଯେଉଁଥିରେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ।

ଅନ୍ୟପଟେ ବିଜେପୁରରେ ବିଜେପି ନେତାଙ୍କ ଉପରେ ଆକ୍ରମଣ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି। ଶୁକ୍ରବାର ଦଳର ଯୁବନେତା ଶ୍ରୀ ମେହେରଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ସମ୍ପର୍କରେ ଲିଖିତ ଭାବେ ଅବଗତ କରିଛନ୍ତି। ତୁରନ୍ତ ଅପରାଧୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ମଧ୍ୟ ଦାବି କରିଛି ବିଜେପି।

Leave a Reply

Your email address will not be published. Required fields are marked *