ମୁଣ୍ଡ ଉପରେ ବିଜେପୁର ଉପନିର୍ବାଚନ। ଏଥିପାଇଁ ସବୁ ଦଳ ନଜ ନିଜ ରଣନୀତି ସହ ମୌଦାନକୁ ହାହ୍ଲାଇବାକୁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ କଂଗ୍ରେସ କିନ୍ତୁ ପଛରେ ପଡିଯାଇଛି। କଂଗ୍ରେସ ଏବେବି ନିଜର ପୁରୁଣା ରୋଗରେ ପୀଡ଼ିତ ଥିବା ଭଳି ଦେଖାଦେଇଛି। ଦଳୀୟ କର୍ମୀଙ୍କ ମନୋବଳ ଓ ଉତ୍ସାହ ବୃଦ୍ଧି ପାଇଁ ଆବଶ୍ୟକ ରଣନୀତି ପ୍ରସ୍ତୁତ କରିବା ବଦଳରେ ଅର୍ଥାଭାବର ଆଳ ଦେଖାଇ ନିର୍ବାଚନ ଲଢ଼ିବା ପୂର୍ବରୁ ଅସ୍ତ୍ର ତ୍ୟାଗ କରିଛି କଂଗ୍ରେସ। କଂଗ୍ରେସ ପାଖରେ ଉପନିର୍ବାଚନ ଲଢ଼ିବା ପାଇଁ ଅର୍ଥ ନଥିବା କହି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ପିସିସି ସଭାପତି ଅର୍ଥାଭାବ କଥା କହି ହାତ ଟେକି ଦେଇଛନ୍ତି। ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ବିଜେପୁରକୁ ଦଖଲ କରିବାର ମାନସିକତା ସହ ନିର୍ବାଚନ ମଇଦାନକୁ ଦଳ ଓହ୍ଲାଉନଥିବାରୁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଜେପୁର ଉପନିର୍ବାଚନରେ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରି ଦଳ ସେଠାରେ ବରିଷ୍ଠ ନେତା ରିପୁନାଥ ସେଠଙ୍କ ସମର୍ଥକମାନଙ୍କୁ ଅସନ୍ତୁଷ୍ଟ କରିଛି ବୋଲି ଚର୍ଚ୍ଚା ହେଉଛି।