ମାଛର ଦାମ କିଲୋ ପ୍ରତି 7 ହଜାର ଟଙ୍କା। ଗୋଟିଏ ମାଛର ମୂଲ୍ୟ 7 ଲକ୍ଷ 49 ହଜାର ଟଙ୍କା। ବିଶ୍ୱାସ ନହେଲେ ବି କଥାଟି ଏକଦମ ସତ। ଧାମରା ବନ୍ଦର ଚନ୍ଦିନୀପାଳ ନିକଟରୁ ଧୀବର ମାନେ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି। ଏହି ବିରଳ ପ୍ରଜାତିର ମାଛର ନାଁ ‘ଡୋନ ସାଗର’ ବୋଲି କୁହାଯାଉଛି। ବିରାଟ ଆକାରରେ ଥିବା ଏହି ମାଛଟିର ଓଜନ 107 କିଲୋଗ୍ରାମ ହୋଇଛି। କିଲୋ ପିଛା 7000 ଟଙ୍କା ମୂଲ୍ୟରେ 7 ଲକ୍ଷ 49 ହଜାର ଟଙ୍କାରେ ଏହି ମାଛକୁ ବିକ୍ରି କରାଯାଇଛି। ଏହି ମାଛକୁ ଚେନ୍ନାଇର ଏକ ମେଡ଼ିସିନ କମ୍ପାନୀ କିଣିଛି। ଏହି ବିରଳ ମାଛ ବଙ୍ଗୋପ ସାଗର ସଂଲଗ୍ନ ଧାମରା ବନ୍ଦର ନିକଟସ୍ଥ ଚନ୍ଦିନୀପାଳରୁ ଧରିଛନ୍ତି। ଧୀବରମାନେ ନିରୁପମା ନାମକ ଏକ ମାଛ ଧରା ବୋଟକୁ ନେଇ ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ଏହି ମାଛ ସେମାନଙ୍କ ଜାଲରେ ଧରାପଡିଥିଲା। କିଛି ଦିନ ପୂର୍ବରୁ ଏହି ଧାମରାରେ “ବ୍ଲାକ୍ ସ୍ପଟେଡ୍ କ୍ରୋକର” ନାମକ ଏକ ବିରଳ ମାଛ ଧରାଯାଇଥିଲା। ଯେଉଁ ମାଛ କିଲୋ ପ୍ରତି 6 ହଜାର 5ଶହ ଟଙ୍କାରେ ବିକ୍ରି ହୋଇଥିଲା।