ଇପିଏଫଧାରୀଙ୍କୁ ପୂଜା ଭେଟି: ୬ କୋଟି ଲୋକଙ୍କ ଖାତାରେ ୫୪ ହଜାର କୋଟି ଟଙ୍କାର ସୁଧ ଜମା ହେବ

ଇପିଏଫଧାରୀଙ୍କୁ ପୂଜା ଭେଟି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧହାର ୮.୬୫ ପ୍ରତିଶତକୁ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୬ କୋଟି ଇପିଏଫଧାରୀ ଉପକୃତ ହେବେ। ଏ ସଂପର୍କରେ ଘୋଷଣା କରି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର କହିଛନ୍ତି ଯେ ଖୁବଶୀଘ୍ର ଏହି ବର୍ଦ୍ଧିତ ସୁଧହାର ୬ କୋଟି ଇପିଏଫଧାରୀଙ୍କ ଖାତାରେ ଜମା ହେବ। ଯାହା ମୋଟ ୫୪ ହଜାର କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହି ସୁଧହାର ବୃଦ୍ଧି ସଂପର୍କରେ ଗତ ଫେବ୍ରୁଆରୀ ମାସରେ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଅର୍ଥମନ୍ତ୍ରାଳୟ ଏତେ ପରିମାଣର ସୁଧ ଦେବାକୁ ରାଜି ହେଉନଥିବାରୁ ଏନେଇ ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇନଥିଲା। ଏବେ ଏ ନେଇ ଅର୍ଥମନ୍ତ୍ରାଳୟ ରାଜି ହୋଇଥିବାରୁ ଏହାଦ୍ୱାରା ପ୍ରାୟ ୬ କୋଟି ଇପିଏଫଧାରୀ ଉପକୃତ ହେବେ ।

Leave a Reply

Your email address will not be published. Required fields are marked *