ରାଜନୀତି ଟ୍ରାକରେ ଦୌଡ଼ିବାକୁ ଆଗ୍ରହୀ ଦୌଡ଼ରାଣୀ: ବଡ଼ ବଡ଼ ନେତା, ମନ୍ତ୍ରୀଙ୍କ ନିଦ ହଜାଇଲେ ଦୂତୀ

ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୌଡରାଣୀ ଦୂତୀ ଚାନ୍ଦ କିଛି ନା କିଛି ପ୍ରସଙ୍ଗରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏଥର କିନ୍ତୁ ସେ ଖେଳ ନୁହେଁ ଭିନ୍ନ ଏକ ପ୍ରସଙ୍ଗରେ ଚର୍ଚ୍ଚାକୁ ଆସିଛନ୍ତ। ଯାହା ବଡ଼ ବଡ଼ ନେତା ମନ୍ତ୍ରୀଙ୍କ ନିଦ ହଜାଇଦେଇଛି। ଦୂତୀ ଏବେ ରାଜନୀତି କରିବାକୁ ମନବଳଇଲେଣି। ଏଥିପାଇଁ ସେ ସୋସିଆଲ ମିଡିଆରେ ନିଜ ମତ ରଖିଛନ୍ତି। ରାଜନୀତିରେ ଯୋଗଦେବା ମୋ ସ୍ୱପ୍ନ। ମୋ ପରିବାର ତ୍ରୁଣମୂଳସ୍ତରରେ ରାଜନୀତି ସହ ସମ୍ପୃକ୍ତ। ଭବିଷ୍ୟତରେ ସୁଯୋଗ ପାଇଲେ ମୁଁ ରାଜନୀତିରେ ଯୋଗଦେବାକୁ ଚାହେଁ, ରାଜନୀତିକୁ ଆସିବା ମୋର ଦୀର୍ଘଦିନର ସ୍ୱପ୍ନ। ମୋତେ ଏବେ ୨୩ ବର୍ଷ। ରାଜନୀତିକୁ ଆସିଲେ ଯେ ଖେଳ କ୍ୟାରିୟର ନଷ୍ଟ ହେବ ଏଥିରେ ମୁଁ ବିଶ୍ୱାସ କରେନି। ଦକ୍ଷତା ଥିଲେ ଏକସଙ୍ଗେ ଅନେକ କାର୍ଯ୍ୟ କରିହେବ। ରାଜନୀତିରେ ଯୋଗଦେବା ପାଇଁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ପକ୍ଷରୁ ଅଫର ପାଇନି। ଯଦି ମୋତେ ଅଫର ମିଳେ ତେବେ ନିଶ୍ଚିତ ସେ ସମ୍ପର୍କରେ ଚିନ୍ତା କରିବି। ରାଜନୀତିରେ ଯୋଗଦେଲେ କ୍ରୀଡ଼ା ଏବଂ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକୁ ସେ ପ୍ରାଥମିକତା ଦେବେ ବୋଲି ଦୂତୀ କହିଛନ୍ତି।

This image has an empty alt attribute; its file name is dd-970x1024.jpg

ଦୂତୀଙ୍କ ମତରେ, ଆଜି ଯେଉଁଭଳି ଗଣମାଧ୍ୟମରେ ହୁରି ପଡୁଛି କି ମୁଁ କୌଣସି ରାଜନୈତିକ ଦଳରେ ଯୋଗ ଦେଉଛି ବୋଲି ତାହା ସମ୍ପୂର୍ଣ୍ଣ ଭାବେ ମିଛ। ରାଜନୀତି କରିବା ମୋର ପେସା ନୁହେଁ। ରାଜନୀତି କରିବା ମୋର ପିଲାଦିନୁ ଗୋଟିଏ ସ୍ୱପ୍ନ ରହିଛି। ଯେହେତୁ ମୋ ପରିବାରର ସଦସ୍ୟ ମାନେ ତୁଣମୂଳ ସ୍ତରରେ ରାଜନୀତିରେ ଜଡିତ। ମୋ ମାଁ ବି ଜଣେ ରାଜନେତ୍ରୀ। ତାଙ୍କର ଇଚ୍ଛା ଥିଲା କି ନିଜ ଗ୍ରାମବାସୀଙ୍କ ପାଇଁ କାମ କରିବେ। କିନ୍ତୁ ସେ ତାଙ୍କ ସ୍ୱପ୍ନ ପୂରଣ କରିବାରେ ଅସଫଳ ହୋଇଥିଲେ। ସେହିଦିନ ଠାରୁ ମୁଁ ମନ ଭିତରେ ଭାବି ନେଇ ଥିଲି କି ମୁଁ ବି ଦିନେ ରାଜନୀତିରେ ଯୋଗଦାନ କରିବି ଆଉ ମୋ ଗ୍ରାମବାସୀଙ୍କ ପାଇଁ ଏବଂ ସାରା ଓଡିଶାର ଲୋକଙ୍କ ପାଇଁ କାମ କରିବି। କିନ୍ତୁ ସେ ସମୟ ଆସିନାହିଁ। ଯେହେତୁ ମୁଁ ଏବେ ମୋ କ୍ରୀଡା କ୍ଷେତ୍ରରେ ଅଭ୍ୟାସ କରୁଛି। ଆଗକୁ Olympic ପାଇଁ ପ୍ରସ୍ତୁତି କରୁଛି। ସେଥିପାଇଁ ଏବେ ରାଜନୀତିରେ ମୋର ଯୋଗଦାନ କରିବାର ନାହିଁ। ଯଦି କୌଣସି ଦଳୀୟ ତରଫରୁ ମୋତେ ଭବିଷ୍ୟତରେ ସୁଯୋଗ ଦିଆଯାଏ ଓଡିଶାବାସୀଙ୍କର ସେବା କରିବା ପାଇଁ ତାହେଲେ ମୁଁ ନିଶ୍ଚିତଭାବେ ମୋର କର୍ତ୍ତବ୍ୟ କରିବି। ଆଉ ଓଡିଶା ର ଅଗ୍ରଗତି ପାଇଁ କାମ କରିବି।

Leave a Reply

Your email address will not be published. Required fields are marked *