ଲୋକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ

ଧର୍ମଘଟରୁ ଓହରିଲା ବ୍ୟାଙ୍କ ଟ୍ରେଡ ୟୁନିୟନ। ପୂର୍ବରୁ ବ୍ୟାଙ୍କ ଟ୍ରେଡ ୟୁନିୟନ ସପ୍ଟେମ୍ବର 26 ଏବଂ 27 ତାରିଖରେ ଦେଶବ୍ୟାପି ଧର୍ମଘଟ ଡାକରା ଦେଇଥିଲା। ବ୍ୟାଙ୍କ ୟୁନିୟନ 10ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ସାରା ଦେଶରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଥିଲା। କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ଏବଂ ୟୁନିୟନ ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହାକୁ ଏବେ ସ୍ଥଗିତ କରିଦିଆଯାଇଛି। ବ୍ୟାଙ୍କ ୟୁନିୟନର କହିବା ଅନୁସାରେ ସରକାର ସେମାନଙ୍କ ଦାବିକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଏହା ଉପରେ ବିଚାର କରାଯିବା ନେଇ ବିଶ୍ୱାସ ଦେଇଛନ୍ତି। ଚାରୋଟି ୟୁନିୟନ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକ ମିଶ୍ରଣକୁ ବିରୋଧ କରିବା ସହ 11 ତମ ବେତନ ଲାଗୁ କରିବାକୁ ସଂଘ ଦାବି କରି ଏହି ଧର୍ମଘଟ ଡାକରା ଦେଇଥିଲା। ଫଳରେ ଏହି ଚାରୋଟି ଟ୍ରେଡ ୟୁନିୟନ ସେପ୍ଟେମ୍ୱର 25 ମଧ୍ୟ ରାତ୍ରୀଠାରୁ ସେପ୍ଟେମ୍ୱର 27 ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ବ୍ୟାଙ୍କ ଧର୍ମଘଟର ଡକାରା ଦେଇଥିଲା। ଯେଉଁଥିରେ ଅଲ ଇଣ୍ଡିଆ ବ୍ୟାଙ୍କ କନଫ୍ରେଡରେସନ, ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ, ଇଣ୍ଡିଆନ ନ୍ୟାସନେଲ ବ୍ୟାଙ୍କ ଅଫିସର୍ସ କଂଗ୍ରେସ ଏବଂ ନ୍ୟାସନାଲ ଅର୍ଗାନାଇଜେସନ ବ୍ୟାଙ୍କ ଅଫିସର୍ସ ସାମିଲ ଥିଲେ। 

Leave a Reply

Your email address will not be published. Required fields are marked *