ମହାରାଷ୍ଟ୍ର ବିଧାନ ସଭା ନିର୍ବାଚନ ପୂର୍ବରୁ ଆସିଲା ସର୍ଭେ ରିପୋର୍ଟ। ଏବିପି ନ୍ୟୁଜ୍/ସି-ଭୋଟରର ସର୍ଭେ କହୁଛି, ବିଜେପି ଓ ଶିବସେନା ଦଳ ଯଦି ଏକାଠି ନିର୍ବାଚନ ଲଢନ୍ତି ତେବେ ୨୦୦ ଆସନ ଜିତି ପାରନ୍ତି। ଅନ୍ୟ ପଟେ କଂଗ୍ରେସ ଓ ଏନସିପି ପାଇଁ ପୁଣି ଥରେ ସ୍ଥିତି ମୁସ୍କିଲ ହୋଇପାରେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କୁ ଲୋକେ ପୁଣିଥରେ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହିଁଛନ୍ତି। ଦେଶର ଦ୍ୱିତୀୟ ସର୍ବାଧିକ ଆସନ ବିଶିଷ୍ଠ ମହାରାଷ୍ଟ୍ର ବିଧାନସଭାରେ ଆସନ ସଂଖ୍ୟା ୨୮୮। ଦେଶ ପାଇଁ ମହତ୍ଵପୂର୍ଣ୍ଣ ବହନ କରୁଥିବା ଏହି ରାଜ୍ୟରେ ବିଜେପି ଓ ଶିବସେନା ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସର୍ଭେ କହିଛି। ୨୦୧୪ ବିଧାନସଭା ବିଜେପି ସବୁଠୁ ବଡ଼ ଦଳ ରୂପେ ଆର୍ବିଭାବ ହୋଇଥିଲା ଏବଂ ମୋଟ୍ ୧୨୨ଟି ଆସନ ଜିତିଥିଲା। ଦ୍ଵିତୀୟରେ ଥିବା ଶିବସେନା ୬୩ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ ୪୧ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ବର୍ତ୍ତମାନ କଂଗ୍ରେସ ଓ ଏନସିପିରୁ ଅନେକ ବଡ଼ ବଡ଼ ନେତା ପାର୍ଟି ଛାଡ଼ି ଶିବସେନା ଓ ବିଜେପିରେ ଯୋଗ ଦେଇ ସାରିଛନ୍ତି। ତେଣୁ ବିଜେପି ପୁଣି ସରକାର ଗଢିବ ବୋଲି କୁହାଯାଉଛି।