ଜନ୍ମଦିନରେ ମା’ଙ୍କ ଠାରୁ ଆଶୀର୍ବାଦ ପାଇଁ ରାତି ଅଧରେ ଦିଲ୍ଲୀରୁ ଯାଇ ଗୁଜରାଟରେ ପହଞ୍ଚିଲେ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି 69ତମ ଜନ୍ମଦିନ। ଏହି ଅବସରରେ ବିଭିନ୍ନ ମହଲରୁ ମୋଦିଙ୍କ ନିକଟକୁ ସୁଭେଚ୍ଛାର ଶୁଅ ଛୁଟିଛି। ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ମୋଦିଙ୍କ ଜନ୍ମଦିନ ପାଇଁ ସୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। 1950 ଆଜିର ଦିନରେ ଗୁଜରାଟରେ ମୋଦି ଜନ୍ମଗ୍ରହଣ କରିଥିଲେ। ମୋଦି ତାଙ୍କ ଜନ୍ମ ଦିନକୁ ନିଜ ଜନ୍ମଭୂମି ଗୁଜୁରାଟରେ ରହି ସମୟ ଅତିବାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋଦୀ ଗୁଜରାଟ ଯାଇ ନିଜ ମା’ଙ୍କ ଠାରୁ ପ୍ରଥମେ ଆଶୀର୍ବାଦ ନେଇଛନ୍ତି। ସେ ଆଜି ଗୁଜୁରାଟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ମୋଦି ରବିବାର ରାତି ୧୧ଟାରେ ଅହମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ।ବିମାନବନ୍ଦରରେ ମୋଦୀଙ୍କ ସ୍ୱାଗତ ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହିତ ଅନକେ ବରିଷ୍ଠ ନେତା ମନ୍ତ୍ରୀ ଓ ଅଧିକାରୀ ପହଂଚିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭୋର ସକାଳୁ ମା’ ହୀରାବେନଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ମା’ଙ୍କ ଠାରୁ ଆଶୀର୍ବାଦ ନେବା ପରେ କିଛି ସମୟ ଘରେ ବସି ମା’ଙ୍କ ସହିତ କଥାବାର୍ତ୍ତା କରିଛନ୍ତି ।

Leave a Reply

Your email address will not be published. Required fields are marked *