ଶତ୍ରୁରାଷ୍ଟ ପାଇଁ ଭାରତ ବଜାଇଲା ସତର୍କ ଘଣ୍ଟି। ବିଶେଷ କରି ପାକିସ୍ତାନକୁ ସାବାଡ଼ କରିବାକୁ ଭାରତୀୟ ସେନାକୁ ମିଳିଛି ସ୍ପାଇସ୍-୨୦୦୦’ ବୋମା। ବଡ ବଡ଼ କୋଠାବାଡି ଧ୍ୱଂସ କରିବା ଲାଗି ଉଦ୍ଦିଷ୍ଟ ‘ସ୍ପାଇସ୍-୨୦୦୦’ ବୋମା ଭାରତୀୟ ବାୟୁସେନାକୁ ହସ୍ତଗତ କରାଯାଛି। ଇସ୍ରାଏଲ କମ୍ପାନୀ ନିର୍ମିତ ଏହି ବୋମା ପ୍ରଥମ ପର୍ଯ୍ୟାୟରେ ଗ୍ୱାଲିୟର ବାୟୁସେନା ଘାଟିରେ ପହଞ୍ଚିଛି। ୨୫୦କୋଟି ଟଙ୍କା ବ୍ୟୟରେ ବାୟୁସେନା ଇସ୍ରାଏଲ କମ୍ପାନୀ ଠାରୁ ୧୦୦ରୁ ଅଧିକ ‘ସ୍ପାଇସ୍-୨୦୦୦’ କ୍ରୟ କରିବା ଲାଗି ବୁଝାମଣା କରିଛି। ଜରୁରୀକାଳୀନ ଭିତ୍ତିରେ ଏହି ବୋମା ଯୋଗାଇ ଦେବାକୁ ଚଳିତବର୍ଷ ଜୁନ୍ରେ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଫେବୃଆରୀରେ ଭାରତ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରର ବାଲାକୋଟରେ ଥିବା ଆତଙ୍କବାଦୀଙ୍କ ଶିବିର ଉପରେ ଏହି ବୋମା ପକାଇଥିଲା। ବୋମା ମାଡରେ ଆତଙ୍କବାଦୀଙ୍କ ଶିବିର ଧ୍ୱଂସ ହେବା ସହ ଅନେକ ଆତଙ୍କବାଦୀ ନିପାତ ହୋଇଥିଲେ। ଯୁଦ୍ଧବିମାନ ମିରେଜ-୨୦୦୦ ଏହି ବୋମା ନେଇ ନିକ୍ଷେପ କରିଥିଲା।