ତୁରନ୍ତ ସରକାରୀ କ୍ୱାଟର୍ସ ଖାଲି ନ କଲେ ବିଜୁଳି ଓ ପାଣି ଯୋଗାଣ ବନ୍ଦ କରାଯିବ। ପୂର୍ବତନ ବିଧାୟକମାନଙ୍କୁ ଏଭଳି ଚରମ ବାଣୀ ଶୁଣାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏବେବି କିଛି ପୂର୍ବତନ ବିଧାୟକମାନେ ସରକାରୀ କ୍ୱାଟର୍ସ ମାଡ଼ି ବସି ରଖିଛନ୍ତି। ତୁରନ୍ତ ଘର ଖାଲି କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ବାଚସ୍ପତି ବିଧାୟକମାନଙ୍କୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି । ଯଦି କ୍ୱଟର୍ସ ନ ଛାଡ଼ନ୍ତି ତେବେ ବିଜୁଳି ଓ ପାଣି ବନ୍ଦ କରାଯିବ ବୋଲି ବାଚସ୍ପତି ଚେତାବନୀ ଦେଇଛନ୍ତି। ଝିନ୍ନ ହିକ୍କକା, ସରୋଜିନି ହେମ୍ବ୍ରମ, ବସନ୍ତ ପଣ୍ଡା, ସଞ୍ଜୀବ ସାହୁ, ସରୋଜ ସାମଲ, ସଞ୍ଜୟ ଦାସବର୍ମା, ରମେଶ ମାଝୀ, କିଶୋର ତରାଇ, ପୁଷ୍ପେନ୍ଦ୍ର ସିଂଦେଓ, ରବି ନାରାୟଣ ନାୟକ, ନୀତେଶ ଗଙ୍ଗଦେବ, ନନ୍ଦିନୀ ଦେବୀ, ମହେଶ ସାହୁ, ଦାମୋଦର ରାଉତ, ଦେବାଶିଷ ନାୟକ, ସାନନ୍ଦ ମାର୍ଣ୍ଡି, ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଗୋଲକ ବିହାରୀ ନାୟକ, ବିଜୟଶ୍ରୀ ରାଉତରାୟ, ଧନେଶ୍ୱର ମାଝୀ, ବିଭୂତିଭୂଷଣ ହରିଚନ୍ଦନ, ଭୂଜବଳ ମାଝୀ, ସ୍ୱର୍ଗତ ସୁବଳ ସାହୁ ଓ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ନାମ ନୋଟିସ୍ ତାଲିକାରେ ରହିଛି। ଏମାନଙ୍କୁ ଶୀଘ୍ର ଘର ଖାଲି କରିବାକୁ କୁହାଯାଇଛି।