ଆସନ୍ତା 27 ତାରିଖରେ ବହୁ ପ୍ରତିକ୍ଷୀତ ଓସିଏ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ରବିବାର ପ୍ରକାଶ ପାଇଛି। ଯେଉଁଥିରେ କିଟ୍ ଓ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ପୂର୍ବପରି ଭୋଟଦାନ ଅଧିକାର ପ୍ରଦାନକୁ ବଳବତ୍ତର କରାଯାଇଛି। କିଟ୍ ଓ ପାରାଦୀପ ପୋର୍ଟକୁ ପୂର୍ବରୁ ସଦସ୍ୟତା ପ୍ରଦାନ କରାଯାଇଛି। ସେମାନଙ୍କ ସଦସ୍ୟତା ରହିବ କି ନାହିଁ ତାହା ଏଜିଏମ୍ ସ୍ଥିର କରିଥାଏ। ଏଥିପାଇଁ ତିନିମାସ ପୂର୍ବରୁ ବୈଠକ ଡକାଯିବାର ନିୟମ ରହିଛି। କିନ୍ତୁ ବର୍ତ୍ତମାନ ନିର୍ବାଚନ ପାଇଁ ସମୟ ଧାର୍ଯ୍ୟ ହୋଇଯାଇଥିବାରୁ ଏଜିଏମ୍ ଡକାଇବା ଏବେ ସମ୍ଭବ ନୁହେଁ। ଏହାଛଡ଼ା କୌଣସି ନୂଆ ସଦସ୍ୟଙ୍କୁ ସମ୍ବିଧାନରେ ସ୍ଥାନ ଦେବା କିମ୍ବା ନାକଚ କରିବା ଅଧିକାର ନିର୍ବାଚନ ଅଧିକାରୀଙ୍କ ପାଖରେ ନଥିବାରୁ ସାନି ତାଲିକା ଉପରେ ଆସିଥିବା ଏକାଧିକ ଆପତ୍ତି ଅଭିଯୋଗ ଉପରେ ବିଚାର କରିବା ପରେ ସେସବୁକୁ ଖାରଜ କରିଦିଆଯାଇଛି। ଯାହାଫଳରେ ପୂର୍ବରୁ ତାଲିକାରେ ଯେଉଁ ୭୩ ଜଣ ଭୋଟରଙ୍କ ନାମ ସ୍ଥାନ ପାଇଥିଲା, ସେ ସମସ୍ତଙ୍କ ନାମ ଚୂଡ଼ାନ୍ତ ତାଲିକାରେ ବି କାଏମ ରହିଛି।