ଜମ୍ମୁ-କାଶ୍ମୀର ଭାରତର ଏକ ରାଜ୍ୟ ବୋଲି ପାକିସ୍ତାନ ମାନିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ଜେନେଭାରେ କଶ୍ମୀରକୁ ନେଇ ଭାରତକୁ ଟାର୍ଗେଟ କରିବାକୁ ଉଦ୍ୟମ କରୁଥିବା ବେଳେ କାଶ୍ମୀର ଭାରତର ଏକ ରାଜ୍ୟ ବୋଲି କହୁ କହୁ କହିଦେଇଛନ୍ତି। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ କ୍ୟୁରେସି କହିଛନ୍ତି ଜମ୍ମୁ-କାଶ୍ମୀର ଭାରତର ରାଜ୍ୟ। ତେବେ କ୍ୟୁରେସି କହିଥିଲେ କି ଭାରତ କହୁଛି ଜମ୍ମୁ-କାଶ୍ମୀରରେ ସ୍ଥିତି ସ୍ୱାଭାବିକ ରହିଛି। ତେବେ ବିଦେଶୀ ଗଣମାଧ୍ୟମ, ବିଦେଶୀ ସଂସ୍ଥା ଓ ସିଭିଲ ସୋସାଇଟିକୁ ଭାରତର ରାଜ୍ୟ ଜମ୍ମୁ-କାଶ୍ମୀରକୁ କାହିଁକି ଯିବାକୁ ଦିଆଯାଉନାହିଁ।