ମୋଦି ଅତିକ୍ରମ କଲେ ଆଉ ଏକ ମାଇଲଖୁଣ୍ଟ: ବନିଲେ ବିଶ୍ୱର ତୃତୀୟ ସବୁଠୁ ଅଧିକ ଲୋକପ୍ରିୟ ନେତା

ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। ସୋସିଆଲ ମିଡିଆ ମାଧ୍ୟମରେ ନିଜ ନିଜର ମତକୁ ଅନ୍ୟମାନଙ୍କ ନିକଟରେ ଏବେ ସହଜରେ ଓ ଖୁବ୍‌ କମ ସମୟରେ ପହଞ୍ଚାଇ ହେଉଛି। ସାରା ବିଶ୍ୱ ଏବେ ସୋସିଆଲ ମିଡିଆର ଦିୱାନା ପାଲିଟିସାରିଛି। ଯାହାକୁ ଅସ୍ତ୍ର କରି ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ ନିଜ ନିଜ ପ୍ରଶଂସକଙ୍କ ନିକଟରେ ପହଞ୍ଚିପାରୁଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋସିଆଲ ମଡିଆରେ ବେଶ ସକ୍ରିୟ ରାଜନେତା। ବିଶ୍ୱରେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଥିବା ନେତାଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଅନ୍ୟତମ। ତାଙ୍କ ଲୋକପ୍ରିୟତା ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି। ନିକଟରେ ସେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଟ୍ୱିଟରରେ ମୋଦିଙ୍କ ଫୋଲର୍ସ ସଂଖ୍ୟା ୫ କୋଟି (50 ମିଲିୟନ) ଟପିଛି। ଟ୍ୱିଟରରେ ସବୁଠାରୁ ଅଧିକ ଫଲୋର୍ସ ଥିବା ଭାରତୀୟ ହେବାରେ ମୋଦିଙ୍କ ନାଁ ଆଗରେ ରହିଛି। ଏହା ବ୍ୟତୀତ ବିଶ୍ଵସ୍ତରରେ ମଧ୍ୟ ମୋଦି ବେଶ ଆଗରେ ରହିଛନ୍ତି। ମୋଦିଙ୍କ ଟ୍ୱିଟର ଆକାଉଣ୍ଟରେ ଫଲୋର୍ସ ସଂଖ୍ୟା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଫଲୋର୍ସଙ୍କ ସଂଖ୍ୟା ମଧ୍ୟରେ ଅଳ୍ପ ବ୍ୟବଧାନ ରହିଛି। ଟ୍ରମ୍ପଙ୍କ ଫଲୋର୍ସ ସଂଖ୍ୟା ୬ କୋଟି ୪୦ ଲକ୍ଷ ରହିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏହି ତାଲିକାରେ ବିଶ୍ୱରେ ଏବେ ପ୍ରଥମ ସ୍ଥାନରେ ରହିଛନ୍ତି। ଟ୍ୱିଟରରେ ତାଙ୍କର ୧୦ କୋଟି ୮୦ ଲକ୍ଷ ଫଲୋର୍ସ ଅଛନ୍ତି। ଟ୍ୱିଟରକୁ ଯଦି ଆକଳନ କରାଯାଏ ତେବେ ବର୍ତ୍ତମାନ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଭାବେ ମୋଦି ତୃତୀୟ ସ୍ଥାନରେ ରହିଛନ୍ତି।

Leave a Reply

Your email address will not be published. Required fields are marked *