ନୂଆ ଟ୍ରାଫିକ୍ ଆଇନ୍କୁ ନେଇ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ରାଜଧାନୀରେ ସରକାରୀ ଗାଡ଼ିଗୁଡ଼ିକ ଆଇନ ଖିଲାପ କରୁଥିଲେ ମଧ୍ୟ ପୋଲିସ ଏଗୁଡିକୁ ଯାଞ୍ଚ କରୁନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସାଧାରଣ ଲୋକଟିକୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡୁଛି। ଏଭଳି ଅଭିଯୋଗ କରି ଆଜି ଭୁବନେଶ୍ୱର ରାଜମହଲ ଛକରେ ପୁଳିସକୁ ଘେରିଥିଲେ ଲୋକେ। ଫଳରେ ୨ ଘଣ୍ଟାରୁ ଅଧିକ ସମୟ ଧରି ରାଜମହଲ ଛକରେ ମୁହାଁମୁହିଁ ହୋଇଥିଲେ ପୋଲିସ୍-ପବ୍ଲିକ୍। ସାଧାରଣ ଲୋକେ ପୋଲିସକୁ ଘେରିଥିବା ବେଳେ ପୋଲିସ ଶେଷରେ ଲାଠି ଚାର୍ଜ କରିଥିଲା। ଟ୍ୱିନ୍ସିଟି ପୋଲିସ୍ କମିଶନର୍ ପହଞ୍ଚି ପରିସ୍ଥିତିକୁ ଆୟୋତ କରିବାକୁ ଚେଷ୍ଟା କରିଥିଲେ। ସେ କହିଥିଲେ ଆସନ୍ତା ମାସେରୁ ଦୁଇ ମାସ ଭିତରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଜୋଗାଡ଼ କରନ୍ତୁ। ଏବେ ଡ୍ରାଇଭିଂ ଲାଇସେନ୍ସ କି ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ହେବନି କିନ୍ତୁ ଟ୍ରାଫିକ୍ ନିୟମ ଉଲଂଘନର ଅନ୍ୟ ୫ଟି ଦିଗକୁ ଜଗିବ ପୁଲିସ। ସେପଟେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଅନେକ ଜୋରିମାନା ଭୟର ଘରୁ ଗାଡି କାଢିବାକୁ ଡରୁ ଥିଲେ। ଲୋକେ ଦୀର୍ଘ ଦିନ ଧରି ଅସନ୍ତୋଷ ରହିଥିବା ବେଳେ ଆଜି ପୋଲିସକୁ ଘେରିବାକୁ ଏକାଠି ହୋଇଥିଲେ।