ବାର୍ ମାଲିକ ଓ ମଦ ଦୋକାନୀଙ୍କ ମୁଣ୍ଡରେ ଚଡ଼କ

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ମଦ ବଜାରରେ ଏବେ ମାନ୍ଦାବସ୍ଥା ଦେଖା ଦେଇଛି। କେନ୍ଦ୍ର ସରକାରଙ୍କ ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁ ହେବା ପରେ ଏହାର ପ୍ରଭାବ ମଦ ବ୍ୟବସାୟ ଉପରେ ପଡ଼ିଛି। ମଦ ପିଇ ଗାଡ଼ି ଚଳାଇଲେ ମୋଟା ଅଙ୍କର ଫାଇନ୍ ଦେବାକୁ ନିୟମ ରହିଥିବାରୁ କେହି ଗାଡି ଚାଳକ ଆଉ ମଦ ପିଉନାହଁନ୍ତି। ମଦ ପିଇ ଗାଡ଼ି ଚଲାଉଥିଲେ ପ୍ରଥମ ଥର ଧରାପଡ଼ିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଦ୍ୱିତୀୟ ଥର ଧରାପଡ଼ିଲେ ୧୫ହଜାର ଟଙ୍କା ଜରିମାନା ସହ ୨ବର୍ଷ ଜେଲ ଦଣ୍ଡ ଭୋଗିବାର ନିୟମ ରହିଛି। ଯାହାକୁ ନେଇ ଗାଡ଼ି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଦେଖା ଦେଇଛି। ଫଲରେ ମଦ ଦୋକାନ ମାଟି ମଧ୍ୟ ମାଡୁନାହାନ୍ତି ଗାଡ଼ି ଚାଳକ। ଯେଉଁଥିପାଇଁ ମଦ ଦୋକାନୀ ଏବଂ ବାର ମାଲିକ ଏବେ ଚିନ୍ତରେ ପଡିଯାଇଛନ୍ତି।

Leave a Reply

Your email address will not be published. Required fields are marked *