ଲକ୍ଷ୍ମୀସାଗର ଅଞ୍ଚଳରେ ଚାକିରି ଦେବା ନାଁରେ ହୋଟେଲରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଏନେଇ ଲଷ୍ମୀସାଗର ଥାନାରେ ଯୁବତୀ ଜଣଙ୍କ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ। ତେବେ ପୀଡିତାଙ୍କ ଡାକ୍ତରୀମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି। କଟକ ରୋଡ୍ ସ୍ଥିତ ଏକ ହୋଟଲରେ ପୀଡିତାଙ୍କ ସହ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ ଜୟ କୁମାର। ପରେ ଯୁବତୀଙ୍କ ଅଭିଯୋଗକୁ ଆଧାର କରି ଜୟଙ୍କୁ ଗିରଫ କରିଛି ପୋଲିସ। ଜୟ କୁମାରଙ୍କ ଘର ଉତ୍ତରପ୍ରଦେଶ ବୋଲି ଜଣାପଡିଛି। ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ଚାକିରି ଦେବା କହି ସମ୍ପୃକ୍ତ ଯୁବତୀଙ୍କୁ ଭୁବନେଶ୍ୱର ଡାକିଥିଲେ ଜୟ କୁମାର। ଏହି ଫାଇନାନ୍ସ କମ୍ପାନୀର ଅଧିକାରୀ ଭାବେ କାର୍ଯ୍ୟ କରୁଥିବା କହି ଜୟ କୁମାର ଯୁବତୀଙ୍କୁ ହୋଟେଲକୁ ଡାକି ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।