ବଜ୍ରପାତ ପ୍ରବଣ ରାଜ୍ୟ ହୋଇ ମଧ୍ୟ ଓଡ଼ିଶା ଏହାର ମୁକାବିଲା କରିବାରେ ସଫଳ ସାବ୍ୟସ୍ତ ହୋଇଛି। ବଜ୍ରପାତ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି। ଆବଶ୍ୟକ ପଦକ୍ଷେପ ଏବଂ ଉଚିତ ସତର୍କତା ଗ୍ରହଣ ଯୋଗୁ ବଜ୍ରପାତ ଭଳି ଏକ ପ୍ରାକୃତିକ ବିପର୍ଯ୍ୟୟରୁ ଯଥା ସମ୍ଭବ ଓଡ଼ିଶାବାସୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର। କ୍ଲାଇମେଟ୍ ରେସିଲିଏଣ୍ଟ ସିଷ୍ଟମ ପ୍ରମୋଶନ କାଉନସିଲ୍ ପକ୍ଷରୁ ବଜ୍ରପାତକୁ ନେଇ ମୌସୁମୀ ଋତୁରେ ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶା ବଜ୍ରପାତ ମୁକାବିଲା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ। ଗତ ଏପ୍ରିଲରୁ ଜୁଲାଇ ମାସ ସୁଦ୍ଧା ସାରା ଦେଶରେ ୬୪,୫୫,୫୪୦ଟି ବଜ୍ରପାତ ହୋଇଥିବାବେଳେ କେବଳ ଓଡ଼ିଶାରେ ୯,୦୦,୨୯୬ଟି ଘଟିଛି। ତେବେ ବଜ୍ରପାତ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି। ବିଶେଷ କରି ବିପର୍ଯ୍ୟୟ ପରିଚାଳନା ବିଭାଗର ସତର୍କତା ମୂଳକ ପଦକ୍ଷେପ ପାଇଁ ଯୋଗୁ ଏନେକ ଜୀବନ ରକ୍ଷା ପାଇଥିବା କଥା କୁହାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ବଜ୍ରପାତ ସଂକ୍ରାନ୍ତରେ ଲୋକଙ୍କୁ ଏସଏମଏସ ଓ ସତର୍କ ଆପ୍ ଜରିଆରେ ଆଗୁଆ ସୂଚନା ପ୍ରଦାନ କରାଯିବା ସହ ସରକାର ସର୍ବଦା ଏଥିପାଇଁ ସଜାଗ ରହିଛନ୍ତି। ଯାହା ଫଳରେ ରାଜ୍ୟକୁ ଏହି ସଫଳତା ମିଳିପାରିଛି।