ଖୁବଶୀଘ୍ର ଗିରଫ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମି। ପଶ୍ଚିମବଙ୍ଗର ଆଲିପୁର କୋର୍ଟ ପତ୍ନୀ ହସିନ ଜହାନଙ୍କ ଦ୍ଵାରା ଦାୟର ହୋଇଥିବା ଘରୋଇ ହିଂସା ମାମଲା ଆଧାରରେ ମହମ୍ମଦ ସାମିଙ୍କ ନାଁରେ ଗିରଫଦାରୀ ଓ୍ଵାରେଣ୍ଟ ଜାରି ହୋଇଛି। ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ସହିତ ସାମି ଅଛନ୍ତି। ସାମିଙ୍କ ବିରୋଧରେ କୋଲକାତା କୋର୍ଟରେ ମାମଲା ଚାଲିଛି। କୋର୍ଟ ସାମିଙ୍କୁ 15 ଦିନ ଭିତରେ ଆତ୍ମ ସମର୍ପଣ କରିବାକୁ କହିଛନ୍ତି। କୋଲକାତା କୋର୍ଟ ପୋଲିସକୁ ଆଦେଶ ଦେଇଛନ୍ତି ମହମ୍ମଦ ସାମି ଯଦି 15 ଦିନ ଭିତରେ ଆତ୍ମ ସମର୍ପଣ ନକରନ୍ତି ତେବେ ତାଙ୍କୁ ଗିରଫ କରାଯିବ। 2018ରେ ସାମିଙ୍କ ପତ୍ନୀ ହସିନ ଜହାନ ସାମିଙ୍କ ଉପରେ ମାରପିଟ୍, ବଳାତ୍କାର, ହତ୍ୟା ଉଦ୍ୟମ ଓ ଘରୋଇ ହିଂସା ପରି ଗୁରୁତର ଅଭିଯୋଗ ଆଣିଥିଲେ। ହସିନ ଜହାନ ସାମିଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଇଥିଲେ। ଅନ୍ୟପକ୍ଷେ ସାମିଙ୍କ ତଲାକ ମାମଲା ଏବେ କୋର୍ଟରେ ଚାଲିଛି।