ଲୋକମାନଙ୍କ ସୁରକ୍ଷା ପାଇଁ ହୋଇଥିବା ଆଇନରେ ଆରମ୍ବ ହୋଇଗଲା ରାଜନୀତି। ଆଜିଠାରୁ ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥିବା ବେଳେ ଏଥିରେ କେଁ ପୁରାଇଛି କିଛି ରାଜ୍ୟ। ଏହି ନିୟମକୁ ଲାଗୁ କରିବାକୁ ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ରାଜ୍ୟ ମନା କରିଦେଇଛନ୍ତି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଏହାକୁ ଲାଗୁ କରାଇବାକୁ ମନା କରିଥିବାବେଳେ ମଧ୍ୟପ୍ରଦେଶର କମଳନାଥଙ୍କ ସରକାର ଏବଂ ରାଜସ୍ଥାନର ଅଶୋକ ଗେହଲଟ୍ ସରକାର ଏହାକୁ ଗ୍ରହଣ କରିବାକୁ ମନା କରିଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ସେପଟେ ଏହି ୪ଟି ରାଜ୍ୟକୁ ଛାଡିଦେଲେ ଦେଶର ଅନ୍ୟ ସବୁସ୍ଥାନରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଛି। ଏହି ନୂଆ ନିୟମ ଲାଗୁ ହେବାର ପ୍ରଥମ ଦିନରେ ଦିଲ୍ଳୀ ପୁଲିସ୍ ୩୯୦୦ ଚାଲାଣ କାଟି ରେକର୍ଡ କରିଛି। ୩୯୦୦ ଲୋକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଦିଲ୍ଳୀ ପୁଲିସ୍ ହାତରେ ଧରା ପଡ଼ିଛନ୍ତି। କେବଳ ଦିଲ୍ଲୀରେ ନୁହେଁ ସାରା ଦେଶରେ ରେକର୍ଡ ସଂଖ୍ୟାରେ ଚାଲାଣ କଟାଯାଇଛି। ଭୁବନେଶ୍ୱରେ ମଧ୍ୟ ପ୍ରଥମ ଦିନରେ ସର୍ବାଧିକ ଚାଲାଣ କଟାଯାଇଥିବା ସୂଚାନା ମିଳିଛି।