ଆଜି ଠାରୁ ଲାଗୁ ହୋଇଛି ଓ୍ଵାନ ନେସନ୍ ଓ୍ଵାନ୍ ରାସନ୍ ଯୋଜନା। କାର୍ଡ ଦେଖାଇ ଯେକୋଣସି ସ୍ଥାନରୁ ରାଶନ ନେଇପାରିବେ ହିତାଧିକାରୀ। ଓଡ଼ିଶାରେ ଏହା ପ୍ରଥମେ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ ହୋଇଛି। ଏଥିପାଇଁ ରାଶନ କାର୍ଡଧାରୀଙ୍କୁ ଆଧାର ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅଧିନରେ ରହୁଥିବା ୨ ଲକ୍ଷ ହିତାଧିକାରୀ ସହରର ଯେକୌଣସି ଖାଉଟି ବଣ୍ଟନ ଡିଲରଙ୍କ ପାଖରୁ ରାଶନ ନେଇପାରିବେ। ଆଧାର ନ ଥିଲେ ରାଶନ ମିଳିବ ନାହିଁ। ପାଇଲଟ୍ ପ୍ରକଳ୍ପ ଭାବେ ରାଜଧାନୀରୁ ଏହି ଏହି ପ୍ରକ୍ରିୟା ପ୍ରଥମେ ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଏହା ସାରା ଓଡ଼ିଶାରେ ଏହି ସୁବିଧା ଲାଗୁ ହେବ। ପ୍ରଥମ ପର୍ଯ୍ୟାୟରେ ସମସ୍ତ ୧୧୪ଟି ସହରାଞ୍ଚଳରେ ଲାଗୁ କରାଯିବ। ଆଧାର ଯାଞ୍ଚ ବେଳେ ରାଜ୍ୟରେ ଅନେକ ହିତାଧିକାରୀ ଏଥିରୁ ବାଦ ପଡିଥିବା କୁହାଯାଉଛି।