ପାକିସ୍ତାନରେ ବର୍ତ୍ତମାନ ଯାହା ହେଲେ ଭାରତର ପ୍ରଧାନମନ୍ତ୍ରୀ ମୋଦି ଦାୟୀ। ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦ୍ ଅହମ୍ମଦଙ୍କ ବୟାନରୁ ଏଭଳି କିଛି ଜଣାପଡୁଛି। ଶୁକ୍ରବାର ଏକ ସଭାରେ ଭାଷଣ ଦେଉଥିବା ଅବସ୍ଥାରେ ଯେତେବେଳେ ମୋଦିଙ୍କୁ ଗାଳି କରିବାକୁ ତାଙ୍କ ନାଁ ନେଲେ ସେତେବେଳେ କୌଣସି କାରଣରୁ ତାଙ୍କୁ କରେଣ୍ଟ ଲାଗିଥିଲା। ଫଳରେ ଏହି କରେଣ୍ଟ ମାରିବା ପାଇଁ ସେ ମୋଦିଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ମୋତେ ଯେଉଁ କରେଣ୍ଟ ଲାଗିଥିଲା ସେଥିରେ ମୋଦିଙ୍କ ହାତ ରହିଛି। ଏହାସହ ସେ ଅଭିଯୋଗ କରିଥିଲେ ଯେ ଭାରତ ତାଙ୍କୁ ମାରିବାକୁ ଯୋଜନା କରିଛି। ଏହାସହ ସେ ଏହାବି କହିଥିଲେ ମୁଁ ଏତେ ସହଜରେ ମିରିବା ଲୋକ ନୁହେଁ। ଏହା ପୂର୍ବରୁ ଶୁକ୍ରବାର କରେଣ୍ଟ ଲାଗିଲା ପରେ ରସିଦ୍ ଅହମ୍ମଦ କହିଥିଲେ, ମୋଦିଙ୍କ ନାଁରେ କରେଣ୍ଟ ରହିଛି। ତାଙ୍କ ନାଁ ନେଉ ନେଉ କରେଣ୍ଟ ମାରୁଛି।