ପବ୍ଲିକ୍ ସେକ୍ଟର ବ୍ୟାଙ୍କ(ପିଏସ୍ବି)କୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା। ପୂର୍ବରୁ ୨୭ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ କାମ କରୁଥିବା ବେଳେ ଏଣିକି ୧୨ଟି ପିଏସ୍ବି କାମ କରିବ ବୋଲି ସେ ଘୋଷଣା କରିଛନ୍ତି। କାରଣ ଏବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ(ଓବିସି) ଓ ୟୁନାଇଟେଡ୍ ବ୍ୟାଙ୍କ ସହ ମିଶିଯିବ। ସେହିପରି କାନାରା ବ୍ୟାଙ୍କ ସିଣ୍ଡିକେଟ ବ୍ୟାଙ୍କ ସହ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ ସହ ମିଶିଯିବା ବେଳେ ଇଣ୍ଡିଆନ୍ ବ୍ୟାଙ୍କ ଆହ୍ଲାବାଦ ବ୍ୟାଙ୍କ ସହ ମିଶିଯିବ। ଏହାପରେ ପିଏନ୍ବି ଦେଶର ଦ୍ୱିତୀୟ ବୃହତ୍ତମ ପିଏସ୍ବି ତାଲିକାରେ ସ୍ଥାନ ପାଇବ। ଏହି ଘୋଷଣା ବେଳେ ମୋଦି ସରକାର ୫ ଟ୍ରିଲିୟନ୍ ଡଲାର ଇକୋନମି ସହ ଦେଶକୁ ଆଗକୁ ବଢିବା ଉଦ୍ଦେଶ୍ୟରେ କାମ କରୁଥିବା କହିଛନ୍ତି ସୀତାରମଣ।
ଜାଣନ୍ତୁ କେଉଁ ବ୍ୟାଙ୍କକୁ କାହା ସହିତ ମିଶାଗଲା
1 ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ
(ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ)
2 କାନାରା ବ୍ୟାଙ୍କ
(ସିଣ୍ଡିକେଟ୍ ବ୍ୟାଙ୍କ )
3 ଆହ୍ଲାବାଦ ବ୍ୟାଙ୍କ
(ଇଣ୍ଡିଆନ ବ୍ୟାଙ୍କ)
4 ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ
(ଆନ୍ଧ୍ରା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ)
5 ସେଣ୍ଟ୍ରାଲ ବ୍ୟାଙ୍କ ଇଣ୍ଡିଆ
6 ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ
7 ବ୍ୟାଙ୍କ ଅଫ ଇଣ୍ଡିଆ
8 ବ୍ୟାଙ୍କ ଅଫ ବରୋଦା
9 ବ୍ୟାଙ୍କ ମହାରାଷ୍ଟ୍ର
10 ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ
11 ୟୁକୋ ବ୍ୟାଙ୍କ
12 ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ