ବିଧାନସଭାରେ ବ୍ଲ୍ୟୁ-ପିକ୍ଚର୍ ଦେଖୁଥିବା ବ୍ୟକ୍ତି ହେଲେ ଉପମୁଖ୍ୟମନ୍ତ୍ରୀ

ରାଜନୀତିରେ କିଛି ବି ସମ୍ଭବ। ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖୁଥିବା ବ୍ୟକ୍ତି ହେଲେ ଉପମୁଖ୍ୟମନ୍ତ୍ରୀ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରି ୩ ଜଣଙ୍କୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କରିଛନ୍ତି। ସେମାନେ ହେଲେ ଲକ୍ଷ୍ମଣ ସାଙ୍ଗାପ୍ପା ସାଭାଡି, ଗୋବିନ୍ଦ ମକଥାପ୍ପା କାରାଜୋଲ ଏବଂ ଅଶ୍ୱଥ ନାରାୟଣ ସିଏନ। ଲକ୍ଷ୍ମଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୦୧୨ରେ କର୍ଣ୍ଣାଟକରେ ସଦାନନ୍ଦ ଗୌଡାଙ୍କ ନେତୃତ୍ୱରେ ଭାଜପା ସରକାର ଚାଲିଥିଲା। ଏହି ସମୟରେ ଲକ୍ଷ୍ମଣ ବିଧାନସଭାରେ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖି ଚର୍ଚ୍ଚାକୁ ଆସିଥିଲେ। ବିରୋଧୀ କଂଗ୍ରେସ ତାଙ୍କୁ ଆଯୋଗ୍ୟ ଘୋଷଣା ପାଇଁ ଦାବି କରିଥିଲା। ଶେଷରେ ନିଜ ପଦରୁ ଇସ୍ତଫା ଦେଇଥିଲେ ଲକ୍ଷ୍ମଣ। ଏବେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବା ପରେ ବିରୋଧୀ ସମାଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *