ବିଶ୍ୱର ସବୁଠୁ ବଡ଼ ଷ୍ଟାଡ଼ିୟମ ଭାରତରେ ନିର୍ମାଣ ଚାଲିଛି: ଦେଖିଲେ ଆଖି ଝଲସିଯିବ

କ୍ରିକେଟ ପାଗଳ ଦେଶ ଭାରତ ରଚିବ ଇତିହାସ, ମିଳିବ ନୂଆ ପରିଚୟ। କ୍ରିକେଟ୍ ଜଗତର ଆଉ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। ବିଶ୍ୱର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ଭାରତରେ ନିର୍ମାଣ ଚାଲିଛି। ଆଉ ଏହି ବୃହତକାୟ ଷ୍ଟାଡିୟମ ଗୁଜରାଟ ଅହମ୍ମଦାବାଦର ମୋଟେରାରେ ନିର୍ମାଣ ଚାଲିଛି। 63 ଏକର ଜମିରେ ନିର୍ମିତ ଏହି ଷ୍ଟାଡିୟମରେ 700 କୋଟିର ବ୍ୟୟ ଅଟକଳ କରାଯାଇଛି। ଷ୍ଟାଡିୟମଟି ଏଭଳି ତିଆରି ହୋଇଛି ଯେଉଁଠି ଏକା ସଙ୍ଗେ ଏକ ଲକ୍ଷ 10 ହଜାର ଲୋକ ବସି କ୍ରିକେଟର ମଜା ନେଇ ପାରିବେ। ଏହି ଷ୍ଟାଡିୟମର ନାଁ ସର୍ଦ୍ଦାର ପଟେଲ ଷ୍ଟାଡିୟମ ରଖାଯାଇଛି। ହି କ୍ରିକେଟ୍ ଷ୍ଟାଡିୟମରେ ତିନୋଟି ଅଭ୍ୟାସ ଗ୍ରାଉଣ୍ଡ, କ୍ଲବ ହାଉସ, ଅଲିମ୍ପିକସ ସାଇଜର ସୁଇମିଙ୍ଗ ପୁଲ ଏବଂ ଗୋଟିଏ ଇଣ୍ଡୋର କ୍ରିକେଟ୍ ଏକାଡେମୀ ତିଆରି କରାଯାଇଛି। ଏହାସହ 50ଟି ରୁମ ଏବଂ 76 କୋର୍ପୋରେଟ ବକ୍ସ ମଧ୍ୟ ରହିଛି। ସେହିପରି କାର ଓ ବାଇକ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି। ଏଥିରେ 4 ହଜାର କାର ଓ 10 ହଜାର ବାଇକ୍ ପାର୍କିଂ କରିବାର ସୁବିଧା କରାଯାଇଛି। ପ୍ରଥମ ଥର କୌଣସି ଷ୍ଟାଡିୟମରେ ଏଲଇଡି ଲାଇଟ୍ ବ୍ୟବସ୍ଥା କରାଯାିଛି। ସେହପରି ଷ୍ଟାଡିୟମ ପାଖକୁ ମେଟ୍ରୋ ଲାଇନ ସଂଯୋଗ ମଧ୍ୟ ହୋଇଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦୀ ଗୁଜରାତ କ୍ରିକେଟ୍ ଆସୋସିଏସନ(ଜିସିଏ)ର ଅଧ୍ୟକ୍ଷ ପଦରେ ଥିବା ସମୟରେ ମୋଟେରାରେ ବିଶ୍ଵର ସବୁଠୁ ବଡ଼ ଷ୍ଟାଡିୟମ ନିର୍ମାଣ ପାଇଁ ସ୍ଵପ୍ନ ଦେଖିଥିଲେ। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଷ୍ଟାଡ଼ିୟମ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯିବ ବୋଲି ଆଶା ରଖାଯାଇଥିବା ବେଳେ 2020ରେ ଏଠାରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳାଯିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *