ଧୀରେ ଧୀରେ ବିଜେପିର ନିକଟତର ହେଉଛନ୍ତି ମାୟାବତୀ

ବିଏସପି ମୁଖ୍ୟ ମାୟାବତୀ ପୁଣି ଥରେ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି। ଏହା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମାୟାବତୀ। ସେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳକୁ ଶ୍ରୀନଗର ଗସ୍ତ କାର୍ଯ୍ୟକ୍ରମ ପାଇଁ କଡ଼ା ସମାଲୋଚନା କରିଛନ୍ତି। ମାୟାବତୀ କହିଛନ୍ତି, ରାହୁଲ ଗାନ୍ଧୀ ଜାମ୍ମୁ ଓ କାଶ୍ମୀର ଯିବା ପୂର୍ବରୁ ଥରେ ଚିନ୍ତା କରିବାର ଥିଲା। ଦୀର୍ଘ ୬୯ ବର୍ଷ ପରେ ଧାରା ୩୭୦ ଉଚ୍ଛେଦ ହେବାରୁ ସେଠାରେ ଥିବା ସ୍ଥିତି ସୁଧୁରିବାକୁ ସମୟ ନିଶ୍ଚିତ ଲାଗିବ। ଏଥିପାଇଁ ଅପେକ୍ଷା କରିବାକୁ ହେବ, ଯାହାକୁ କୋର୍ଟ ମଧ୍ୟ କହିଛନ୍ତି । କିନ୍ତୁ ଏଭଳି ସ୍ଥିତି ବିନା ଅନୁମତିରେ କଂଗ୍ରେସ ଓ ଅନ୍ୟ ଦଳର ନେତା ସେଠାକୁ ଯିବାର ଉଚିତ ନଥିଲା ବୋଲି ବିଏସପି ସୁପ୍ରିମୋ କହିଛନ୍ତି। ସେପଟେ ମୋଦିଙ୍କର ଘୋର ବିରୋଧୀ ଥିବା ମାୟାବତୀ ହଠାତ୍ ଏମିତି ବଦଳିଯିବା ଘଟଣା ରାଜନୀତି ପଣ୍ଡିତମାନଙ୍କୁ ହଜମ ହେଉନି। ଏଥିରେ ରାଷ୍ଟ୍ର ହିତ ରହିଛି ନାଁ ଦଳିୟ ହିତ ତାହା ଆଗାମୀ ଦିନରେ ଜଣା ପଡିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *