ହତାଶ ହୋଇ ପାକିସ୍ତାନ ପ୍ରଧାମମନ୍ତ୍ରୀଙ୍କ ବଡ଼ ବୟାନ

ପାକିସ୍ତାନକୁ ଶକ୍ତ ଝଟକା। କାଶ୍ମୀର ପ୍ରସଙ୍ଗରେ ଆମେରିକାଠୁ ମଧ୍ୟସ୍ଥତାର ଆଶା ରଖିଥିବା ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ଜି-୭ ସମ୍ମିଳନୀ ପାଇଁ ଫ୍ରାନ୍ସ ଗସ୍ତରେ ଥିବା ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଚଳିତ ହୋଇପଡ଼ିଛନ୍ତି। ଟ୍ରମ୍ପ-ମୋଦି ସାକ୍ଷାତ ବିଶେଷ କରି କଶ୍ମୀର ସମସ୍ୟାକୁ ନେଇ ହୋଇଥିଲା। ଯେଉଁଥିରେ ମୋଦି ସ୍ପଷ୍ଟ କରିଥିଲେ କି ଏହା ଦୁଇ ଦେଶର ଦ୍ୱିପାକ୍ଷିକ ମାମଲା। ଏଥିରେ ଅନ୍ୟ କୌଣସି ଦେଶ ମୁଣ୍ଡ ଖେଳାଇବା ଉଚିତ ନୁହେଁ।  ଏହି ଘଟଣା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ହତାଶ ହୋଇ ଭାରତକୁ ପରମାଣୁ ଯୁଦ୍ଧ ଧମକ ଦେଇଛନ୍ତି। ଇମ୍ରାନ କହିଛନ୍ତି ଯେ କାଶ୍ମୀର ପାଇଁ ସେ ଯେ କୌଣସି ସ୍ତରକୁ ମଧ୍ୟ ଯାଇ ପାରନ୍ତି। ସେପଟେ ପାକିସ୍ତାନର ପ୍ରତିଟି ଗତିବିଧି ଉପରେ ଭାରତ ନଜର ରଖିଛି। କୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ଭାରତୀୟ ବାୟୁସେନା ସର୍ବଦା ସଜାଗ ରହିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *