ଗୋଟିଏ ସ୍ଥାନରେ ଆପଣ ଖାଣ୍ଟି ଓଡ଼ିଆ ଖାଦ୍ୟ ସହ ବିଦେଶୀ ଖାଦ୍ୟର ମଜା ଉଠାଇବାକୁ ଚାହୁଁଛନ୍ତି ଯଦି ତେବେ ମାଇକେଲ୍ସ କିଚେନରେ ହିଁ ଆପଣଙ୍କୁ ଏହିସବୁ ମିଳିଯିବ। ଓଡ଼ିଆ କୁଜିନକୁ ଜାତୀୟ ତଥା ଅନ୍ତର୍ଜାତୀୟ ଲେବୁଲରେ ପ୍ରସ୍ତୁତ କରି ଗ୍ରାହକଙ୍କୁ ଖୁଆଇବା ପାଇଁ ଚେଷ୍ଟା କରିଆସୁଛି ମାଇକେଲ୍ସ କିଚେନ୍ ରେଷ୍ଟୁରାଣ୍ଟ। ଭୁବନେଶ୍ୱର ସୈନିକ ସ୍କୁଲ ଛକ ନିକଟରେ ଅବସ୍ଥିତ ଏହି ରେଷ୍ଟୁରାଣ୍ଟରେ ଓଡ଼ିଆ ଖାଦ୍ୟକୁ ମର୍ଡନ ପଦ୍ଧତିରେ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ପରସାଯାଏ। ଏଠାରେ ନୂଆ ସ୍ୱାଦ ସହ ଓଡ଼ିଆ କୁଜିନର ମଜା ଉଠାଇଥାନ୍ତି ଗ୍ରାହକ। ଓଡ଼ିଆ କୁଜିନକୁ ଭିନ୍ନ ସ୍ୱାଦରେ ନୂଆ ରୂପ ଦେବାକୁ ସର୍ବଦା ଚେଷ୍ଟା କରିଆସୁଛି ମାଇକେଲ୍ସ କିଚେନ୍। ରବିବାର ମାଇକେଲ୍ସ କିଚେନ୍ ପକ୍ଷରୁ 5ମ ଫୁଡିଜ୍ ମିଟଅପ୍ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ପ୍ରୋଗ୍ରେସିଭ୍ ଓଡ଼ିଆ କୁଜିନ ପ୍ରସ୍ତୁତ ହୋଇଥିଲା। ଅନ୍ତର୍ଜାତୀୟ କୁଜିନ ଓ ଓଡ଼ିଆ କୁଜିନକୁ କମ୍ବାଇନ କରି ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ଯାହାକୁ ଖାଇ ମାଇକେଲ୍ସ କିଚେନକୁ ଅନେକ ବିଶିଷ୍ଟ ବ୍ୟକ୍ତି ଭୁରି ଭୁରି ପ୍ରଶଂସା କରିବା ସହ ଏଭଳି ଏକ ନିଆରା ପ୍ରୟାସ ପାଇଁ ରେଷ୍ଟୁରାଣ୍ଟର ମାଲିକଙ୍କୁ ଧନ୍ୟବାଦ ଦେଇଛନ୍ତି।
3 ବର୍ଷ ପୂର୍ବେ ଏକ ମହତ୍ୱ ଲକ୍ଷ୍ୟ ନେଇ ତିଆରି ହୋଇଥିବା ଏହି ରେଷ୍ଟୁରାଣ୍ଟ ବର୍ତ୍ତମାନ ସୁସ୍ୱାଦୁ ଖାଦ୍ୟ ଓ ଉତ୍ତମ ସେବା ପାଇଁ ବେଶ ଜଣାଶୁଣା। ଓଡ଼ିଶାର ନିଜସ୍ୱ ଖାଦ୍ୟକୁ ପ୍ରଚାର ପ୍ରସାର ସହ ଏହା କିପରି ଲୋକମାନଙ୍କ ମଧ୍ୟରେ ଆଦୃତ୍ୱ ହୋଇପାରିବ ସେ ନେଇ ଏହି ରେଷ୍ଟୁରାଣ୍ଟ ଚେଷ୍ଟା କରିଆସୁଛି। କେବଳ ରାଜ୍ୟ ନୁହେଁ, ବିଦେଶୀ ଗ୍ରାହକଙ୍କୁ ମଧ୍ୟ ଏହି ରେଷ୍ଟୁରାଣ୍ଟ ବେଶ ଆକୃଷ୍ଟ କରିପାରିଛି।