ସୁନା ଝିଅ ସିନ୍ଧୁ: ରଚିଲେ ଇତିହାସ

ଇତିହାସ ରଚିଲେ ଭାରତୀୟ ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି ସିନ୍ଧୁ। ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ସେ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତି ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ସୁଇଜରଲାଣ୍ଡର ବାସେଲଠାରେ ଚାଲିଥିବା ବିଶ୍ୱ  ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଫାଇନାଲରେ ସିନ୍ଧୁ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌କୁ ୨୪ ବର୍ଷୀୟା ସିନ୍ଧୁ ଏକତରଫା ଭାବେ ୨୧-୭, ୨୧-୭ ସିଧାସଳଖ ଗେମ୍‌ରେ ଜିତି ରେକର୍ଡ ସୃଷ୍ଟି କରିଛନ୍ତି। ସିନ୍ଧୁ ନିଜ ଉଚ୍ଚତାର ସମ୍ପୂର୍ଣ୍ଣ ଫାଇଦା ଉଠାଇ ମ୍ୟାଚ୍‌କୁ ଏକତରଫା ଭାବେ ଜିତିନେଇଥିଲେ। ଏଥିସହ ସିନ୍ଧୁ ୨ ବର୍ଷ ତଳର ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛନ୍ତି। ୨୦୧୭ ଗ୍ଲାସଗୋରେ ଖେଳାଯାଇଥିବା ଏହି ସମାନ ପ୍ରତିଯୋଗିତାର ଫାଇନାଲରେ ଓକୁହରାଙ୍କ ନିକଟରୁ ହାରି ସିନ୍ଧୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ।

Leave a Reply

Your email address will not be published. Required fields are marked *