ଭୁବନେଶ୍ୱରରେ ଆରମ୍ଭ ହେଲା 10ମ ଅଲ ଇଣ୍ଡିଆ ଓପନ୍ କରାଟେ ଚାମ୍ପିୟନସିପ୍। ଉତ୍କଳ କରାଟେ ସ୍କୁଲ ଆନୁକୂଲ୍ୟରେ ‘କରାଟେ ଆସୋସିଏସନ ଅଫ ଅଣ୍ଡିଆ’ ଦ୍ୱାରା ଭୁବନେଶ୍ୱର ରେଲୱେ ଇନଡୋର୍ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଖେଳାଯାଉଛି। ଏହି ପ୍ରତିଯୋଗିତା ଶୁକ୍ରବାର ଠାରୁ ଆମ୍ଭ ହୋଇଥିଲେ ମଧ୍ୟ 25 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାରେ ସାରା ଦେଶରୁ ବିଭିନ୍ନ ବର୍ଗରୁ ପାଖାପାଖି ଦୁଇ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଉତ୍କଳ କରାଟେ ସ୍କୁଲ ପକ୍ଷରୁ ସେମାନଙ୍କୁ ରହିବା ଖାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଅରୁଣ ସାହୁ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ସେପଟେ ଉତ୍କଳ କରାଟେ ସ୍କୁଲର ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ କହିଛନ୍ତି, ଏଭଳି ଜାତୀୟ ସ୍ତରର ପ୍ରତିଯୋଗିତା ଆୟୋଜନ ଫଳରେ ରାଜ୍ୟରୁ ଅନେକ ପ୍ରତିଯୋଗୀ ନିଜ ପ୍ରତିଭା ବଳରେ ଆଗକୁ ବଢିବା ପାଇଁ ସୁଯୋଗ ପାଇପାରୁଛନ୍ତି।