‘କାଳିଆ’ ଯୋଜନାରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ

କାଳିଆ ଯୋଜନାରେ ଅଢ଼େଲ ଲକ୍ଷେରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । କାଳିଆ ଯୋଜନା’ରେ ଅଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ ସରିଛି। ଇତିମଧ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ ହେଉଥିବା ଯାଞ୍ଚ ସରିବ ଏବଂ ୩୧ ତାରିଖ ସୁଦ୍ଧା ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଯୋଗ୍ୟ ହିତାଧିକାରୀମାନେ ବଞ୍ଚିତ ରହିବେ ସେମାନଙ୍କୁ ସାମିଲ କରିବାକୁ ନୋଡାଲ ଅଫିସରଙ୍କୁ କୁହାଯାଇଛି। ତେବେ ରାଜ୍ୟରେ ୫୧ ଲକ୍ଷ ଚାଷୀ କାଳିଆ ଯୋଜନାରେ ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬ ଲକ୍ଷ ୮୮ ହଜାର ଚାଷୀଙ୍କ ଯାଞ୍ଚ ସରିଛି। ଚୂଡ଼ାନ୍ତ ରିପୋର୍ଟ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କାଳିଆ ଯୋଜନାର ସମୀକ୍ଷା ବୈଠକ ପରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେପଟେ କୁହାଯାଉଛି ଯେ ସମସ୍ତ ଯାଞ୍ଚ ସରିବା ପରେ ଚିହ୍ନଟ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରାଇବାକୁ ନୋଟିସ୍ ଜାରି ହେବ।

Leave a Reply

Your email address will not be published. Required fields are marked *