ଏଥର ବନ୍ଦ ରହିବ ଛାତ୍ର ସଂସଦ ନିର୍ବାଚନ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଛାତ୍ର ସଂସଦ ନିର୍ବାଚନ ପାଇଁ ଅନେକ ଛାତ୍ର ସଂଗଠନ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ କଲେଜ ଇଲେକ୍ସନ ବାତିଲ ଘଟଣା ସେମାନଙ୍କୁ ନିରାଶ କରିଛି। ଚଳିତ ଥର ଇଲେକ୍ସନ ନୁହଁ ସିଲେକ୍ସନ ହେବାକୁ ଯାଉଛି। ଏନେଇ ସବୁ କୁଳପତି ଓ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଦିଆଯାଇଛି।
ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ କଲେଜ କିମ୍ବା ବିଶ୍ଵ ବିଦ୍ୟାଳୟରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଏଠାରେ ସିଲେକ୍ସନ ଆଧାରରେ ଛାତ୍ର ପ୍ରତିନିଧିମାନଙ୍କୁ ମନୋନୀତ କରାଯିବ। ଯେଉଁଠି ଛାତ୍ର ସଂସଦ ଆବଶ୍ୟକ ସେଠି ମନୋନୀତ କରାଯିବ। ଏନେଇ ସବୁ କୁଳପତି, ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ଵତ ମିଶ୍ରଙ୍କ ପକ୍ଷରୁ ଚିଠି ଜାରି କରାଯାଇଛି। ଶିକ୍ଷା ବିଭାଗର ଏ ନିଷ୍ପତ୍ତି ପରେ ଅନେକ ଛାତ୍ର ନେତା ଓ ଛାତ୍ର ସଂଗଠନ ନିରାଶ ହୋଇଛନ୍ତି। କଲେଜ ଇଲେକ୍ସନ ବେଳେ ଅନେକ କଲେଜରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇଥାଏ। ଗୋଷ୍ଠୀକନ୍ଦଳ ଫଳରେ ଛାତ୍ରମାନେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଥାନ୍ତି। ଫଳରେ ଇଲେକ୍ସନ ସମୟରେ ଏବଂ ଏହାର ପରବର୍ତ୍ତି ସମୟରେ ପାଠପଢାରେ ବ୍ୟାଘତ ହୋଇଥାଏ। ଏସବୁକୁ ଦୃଷ୍ଟିରେ ରଖି ଇଲେକ୍ସନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଥିବା କୁହାଯାଉଛି…