ମ୍ୟାଲେରିଆ ମୁକ୍ତ ହେବ ଭାରତ। ଏଥିପାଇଁ ଅନେକ ଗୁଡ଼ିଏ ଯୋଜନା ଭାରତ ସରକାର ହାତକୁ ନେଇଛନ୍ତି। 2030 ସୁଦ୍ଧା ଦେଶରେ ସମ୍ପୂର୍ଣ୍ଣ ମ୍ୟାଲେରିଆ ନିପାତ ହେବାକୁ ସରକାର ଲକ୍ଷ୍ୟ ଲଖିଛନ୍ତି। ଏଥିପାଇଁ କେନ୍ଦ୍ରର ସହାୟତାରେ ଅନେକ ରାଜ୍ୟ ଏବେ ମ୍ୟାଲେରିଆ ନିରାକରଣ ପାଇଁ ଅଣ୍ଟା ଭିଡିଛି। 2017ରେ ଦେଶରେ ମ୍ୟାଲେରିଆ ନିରାକରଣ ପାଇଁ ଏକ 5ବର୍ଷିଆ ବିଶେଷ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ 2022 ସୁଦ୍ଧା ଭାରତର 571ଟି ଜିଲ୍ଲାରେ ମ୍ୟାଲେରିଆକୁ ସମ୍ପୂର୍ଣ୍ଣ ଭାବେ ନିପାତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ଅଧିକାଂଶ ଜିଲ୍ଲାରେ ମ୍ୟାଲେରିଆ ସମ୍ପୂର୍ଣ୍ଣ ନିରାକରଣ ହୋଇସାରିଥିବା ବଳେ ଅଳ୍ପ କିଛି ଜିଲ୍ଲାରେ ଏବେବି କାମ ଚାଲିଛି। ବିଶ୍ୱକୁ ମ୍ୟାଲେରିଆ ମୁକ୍ତ ପାଇଁ 2018ରେ ଏକ ଅଭିଯାନ ଆରମ୍ଭ ହୋଇଥିଲା। ଯେଉଁଥିରେ ଭାରତ ସମେତ ଅନ୍ୟ 62ଟି ଦେଶ ଏହି ଅଭିଯାନରେ ସାମିଲ ହୋଇଥିଲେ।
ସବୁଠୁ ଖୁସିର କଥା ଏହାଯେ, ଦେଶରେ ଦିନକୁ ଦିନ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମ୍ୟାଲେରିଆ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବହୁ ମାତ୍ରାରେ କମିଛି। ଏହିପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ମ୍ୟାଲେରିଆ ମୁକ୍ତ ଓଡ଼ିଶା ଗଠନ ପାଇଁ ଅଭିଯାନ ଆରମ୍ଭ ହୋଇଛି। ଆବୋଟ୍ ପକ୍ଷରୁ ରାଜ୍ୟକୁ ୧ ନିୟୁତ ରାପିଡ୍ ଚିହ୍ନଟ ପରୀକ୍ଷଣ ଏବଂ ଆବଶ୍ୟକ ଜ୍ଞାନକୌଶଳ ବିଶେଷଜ୍ଞ ଯୋଗାଇ ଦିଆଯାଇଛି। ଏହାଦ୍ୱାରା ସର୍ଭେଲାନ୍ସ ଏବଂ ଚିହ୍ନଟ ପ୍ରକିୟା ବେଶ୍ ସଶକ୍ତ ହୋଇପାରିଛି। ଆବୋଟ୍ ପକ୍ଷରୁ ଅତିରିକ୍ତ ଭାବେ ୩ ବର୍ଷ ପାଇଁ ୭୫୦,୦୦୦ ଆମେରିକୀୟ ଡଲାର( ୫୨ ନିୟୁତ ଟଙ୍କା)ର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଛି। ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟଧାରା ପ୍ରସ୍ତୁତ କରାଯାଇ ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଶୀର୍ଷରେ। ମ୍ୟାଲେରିଆ ନିରାକରଣରେ ଓଡ଼ିଶା ସାରା ଦେଶରେ ରୋଲ ମଡ଼େଲ ହେବାକୁ ଯାଉଛି। ରାଜ୍ୟରେ କମୁଛି ମ୍ୟାଲେରିଆ ରୋଗୀଙ୍କ ସଖ୍ୟା। ଅତ୍ୟାଧୁନିକ ଚିକିତ୍ସା ସହ ଅନେକ ପଦେକ୍ଷପ ନିଆଯାଇ ମ୍ୟାଲେରିଆକୁ ନିୟନ୍ତ୍ରଣ ରଖିବାରେ ସଫଳ ହୋଇଛି ଓଡ଼ିଶା । ଯାହାକୁ ପ୍ରଶଂସା କରିବାକୁ କେନ୍ଦ୍ର ମଧ୍ୟ ଭୁଲିନାହିଁ । ଆଗାମୀ ଦିନରେ ବିଭିନ୍ନ ସଂସ୍ଥା ସହ ମିଶି ଓଡ଼ିଶା ସରକାର ରାଜ୍ୟରୁ ସମ୍ପୂର୍ଣ୍ଣ ମାଲେରିଆ ମୁକ୍ତ କରିବା ପାଇଁ ଅଭିଯାନ ଚଳାଇଛନ୍ତି। ଓଡ଼ିଶାରୁ ଖୁବଶୀଘ୍ର ମାଲେରିଆ ମୂଳୋତ୍ପାଟନ ହେବ। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି। ଦକ୍ଷିଣ ଓଡ଼ିଶାର ୫୦୩ଟି ଗାଁରେ ଅନେକ ପଦେକ୍ଷପ ନିଆଯାଇ ମାଲେରିଆ ମୁକ୍ତପାଇଁ କରାଯାଇଛି। ଓଡ଼ିଶାକୁ ଆଗକୁ ସଂପୂର୍ଣ୍ଣ ମାଲେରିଆ ମୁକ୍ତ ପାଇଁ ଅଭିଯାନ ଚାଲିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ସମସ୍ତ ମ୍ୟାଲେରିଆ ପ୍ରବଣ ଅଞ୍ଚଳରେ ରକ୍ତ ନମୁନା ପରୀକ୍ଷା କରାଯାଇ ମାଗଣାରେ ସମ୍ପୂର୍ଣ୍ଣ ଚିକିତ୍ସା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୨୨ ହଜାର ୭ଶହ ୨୯ ପରିବାର ମଧ୍ୟରେ ଦୀର୍ଘସ୍ଥାୟୀ ଇନସେକ୍ଟିସାଇଡ୍ ମସାରି ବଣ୍ଟନ କରାଯାଇଛି। ପାଖାପାଖି ୮ ହଜାରରୁ ଅଧିକ ଗାଁରେ ସଚେତନାତା ବୈଠକ କରାଯାଇଛି। କେବଳ ଏତିକି ନୁହେଁ ମ୍ୟାଲେରିଆ ଚିକିତ୍ସାରେ ଗୁଣାତ୍ମକ ଡାଇଗେ୍ନାସିସ ପ୍ରଦାନ କରିବା ପାଇଁ ରାଜ୍ୟରେ ଅନେକ ଜିଲ୍ଲାରେ ଡିଜିଟାଲ ପୋର୍ଟାବୁଲ ମାଇକେ୍ରାସେ୍କାପି ଭ୍ୟାନ ବୁଲୁଛି। ୨୦୧୭ ମସିହାରେ ରାଜ୍ୟରେ ମ୍ୟାଲେରିଆରେ ୨୪ ଜଣ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୨୦୧୮ ରେ ଏହି ସଂଖ୍ୟା ୩କୁ ଖସି ଆସିଛି । ଅର୍ଥାତ୍ ମୃତ୍ୟୁ ହାରରେ ୮୭ ପ୍ରତିଶତ ହ୍ରାସ ଘଟିଛି । ସେହିପରି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୨୦୧୭ରେ ତିନି ଲକ୍ଷରୁ ଉର୍ଦ୍ଦ ଥିବା ବେଳେ ଏବେ ୨୦୧୮ ତାହା ୫୫ହଜାର ୩୬୮କୁ ଖସି ଆସିଛି।