ପୋଷ୍ଟର ବିବାଦ ପରେ ଭିଡ଼ିଓ ଜାରି କରି ବିରୋଧୀଙ୍କୁ ପପୁ ଦେଲେ ଉଚିତ୍ ଜବାବ: ଦେଖନ୍ତୁ ଭିଡିଓରେ ପପୁ କ’ଣ କହିଲେ

ପୋଷ୍ଟର ବିବାଦ ପରେ ପପୁ ପମ୍‌ପମ୍‌ ଶେଷରେ ମୁହଁ ଖୋଲିଛନ୍ତି। ଓଲିଉଡ୍‌ର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ନେଇ ବିବାଦୀୟ ପୋଷ୍ଟର ସୋସିଆଲ ମିଡିଆରେ ଘୁରିବୁଲିଲା ପରେ ବିବାଦ ଦେଖାଦେଇଥିଲା। ପପୁଙ୍କ ଆଗାମୀ ଫିଲ୍ମ ମିଷ୍ଟର କହ୍ନେୟାର ଏକ ପୋଷ୍ଟରକୁ ନେଇ ମାମଲା ରୁଜୁ ହେବା ପରେ ପପୁ ମୁହଁ ଖୋଲିଛନ୍ତି। ଏକ ଭିଡ଼ିଓ ମାଧ୍ୟମରେ ନିଜ ମତ ପ୍ରକାଶ କରିଛନ୍ତି ପପୁ। ସେ କହିଛନ୍ତି, ଏହା ତାଙ୍କ ଫିଲ୍ମର ଅଫିସିଆଲ୍ ପୋଷ୍ଟର ନୁହେଁ କି ଏହି କନ୍ସେପ୍ଟ ବି ତାଙ୍କର ନୁହେଁ। ଏପରିକି ପୋଷ୍ଟରଟି କିଏ ତିଆରି କରିଛି ତାକୁ ଖୋଜି ବାହାର କରିବା ଉଚିତ ବୋଲି ସେ ଦାବି କରିଛନ୍ତି। ମିଷ୍ଟର କହ୍ନେୟା ଏକ ପ୍ରେରଣାଦାୟୀ ଫିଲ୍ମ ବୋଲି ପ୍ରତିକ୍ରିୟାରେ କହିଛନ୍ତି ପପୁ ।

Leave a Reply

Your email address will not be published. Required fields are marked *