ଆଜି ବିଜେଡି ପାର୍ଟି କାର୍ଯ୍ୟାଳୟରେ ବସିଥିଲା ରୁଦ୍ଧଦ୍ୱାର ବୈଠକ। ଯେଉଁଥିରେ ସାମିଲ ଥିଲେ ମନ୍ତ୍ରୀ ଅରୁଣ ସାହୁ , ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ସାବିତ୍ରୀ ଅଗ୍ରୱାଲଙ୍କ ସମତେ ପାଟକୁରା ଅଞ୍ଚଳରୁ ଆସିଥିବା ଅନେକ ନେତା ଓ କର୍ମୀ। ଯେଉଁ ବୈଠକରେ ପାଟକୁରାର ବିକାଶ ଉପରେ ସମୀକ୍ଷା କରାଯାଇଥିବା କୁହାଯାଉଛି। ଆଗାମୀ ଦଶହରା ପରେ ପାଟକୁରରେ ବିକାଶ କର୍ଯ୍ୟ। ଆରମ୍ଭ ହେବା ଓ ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ବୋଲି କୁହାଯାଇଛି। ପାଟକୁରା ଉପ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ଅକ୍ଷର ଅକ୍ଷର ପାଳନ ହେବାକୁ ଯାଉଛି। ବିଜେଡି ପାର୍ଟି ଅଫିସରେ ବସିଥିବା ରୁଦ୍ଧଦ୍ୱାରା ବୈଠକ ପରେ ଏଭଳି କଥା କହିଛନ୍ତି ବିଜେଡ଼ି ନେତା।
ସେପଟେ ଏହି ବୈଠକ ପ୍ରକୃତରେ ପାଟକୁରା ବିକାଶ ସମୀକ୍ଷା ବୈଠକ ନାଁ ଆଉ କିଛି ତାହା କହିବା ମୁସ୍କିଲ। ପ୍ରକୃତରେ ପାଟକୁରାରେ ସବୁ କିଛି ଠିକ୍ ଚାଲିଛି ତ, ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛ। କିଛି ଦିନ ତଳେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କୁ ନେଇ ବୋରଧ ଦେଖିବାକୁ ମିଳିଥିଲା। ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ନେତୃତ୍ୱକୁ ସେଠିକାର ସ୍ଥାନୀୟ ନେତା ଓ କର୍ମୀ ସହଜରେ ଗ୍ରହଣ କରିପାରୁନଥିବା ଚର୍ଚ୍ଚା ହେଉଛି। ସାବିତ୍ରୀଙ୍କୁ ନେଇ ଅନେକ ଅସନ୍ତୁଷ୍ଟ ରହିଥିବା ବେଳେ ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ଆଜି ବିଜେଡି ପାର୍ଟି ଅଫିସରେ ବୈଠକ ଚାଲିଥିବା କୁହାଯାଉଛି।