ଓଡ଼ିଆ ପୁଅଙ୍କୁ ସମ୍ମାନ: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପାଇବେ ଅର୍ଜୁନ ପୁରସ୍କାର

ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ପାଇବେ ଅର୍ଜୁନ ପୁରସ୍କାର। ଏଥି ପାଇଁ ତାଙ୍କ ନାଁ ମନୋନୀତ ହୋଇଛି। ତାଙ୍କ ବ୍ୟତୀତ କ୍ରିକେଟିୟର ରବୀନ୍ଦ୍ର ଜାଦେଜା, ପୁନମ ଯାଦବ, ଟ୍ରାକ ଏଣ୍ଡ ଫିଲଡ ଷ୍ଟାର ତେଜିନ୍ଦର ପାଲ ସିଂ ତୋମର,ମହମ୍ମଦ ଆନାସ, ସ୍ୱପ୍ନା ବର୍ମନ, ଫୁଟବଲ ଖେଳାଳି ଗୁରୁପ୍ରିତ ସିଂ ସାନ୍ଧୁ,ହକି ଖେଳାଳୀ ଚିଙ୍ଗଲେନସାନା ସିଂ କାଙ୍ଗୁଜମ, ସୁଟର ଅଂଜୁମ ମୁଡଗୀତଙ୍କ ସମେତ ମୋଟ 19 ଜଣ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । କୀଡ୍ରା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ । ଅନ୍ୟପଟେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଦୀପା ମଲ୍ଲିକଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧି କ୍ରୀଡା ପୁରସ୍କାର ପ୍ରଦାନ କରାଯିବାକୁ ଧାର୍ଯ୍ୟ ହୋଇଛି । ଗତ ଏକ ବର୍ଷରେ ପ୍ରମୋଦ ଭଗତ ଲଗାତର ୫ଟି ଅନ୍ତର୍ଜାତୀୟ ଟାଇଟେଲ ହାସଲ କରିଛନ୍ତି। ଫଳରେ ଚଳିତ ବର୍ଷ ଏକମାତ୍ର ଓଡ଼ିଆ ଭାବେ ସେ ଅର୍ଜୁନ ପୁରସ୍କାର ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

Leave a Reply

Your email address will not be published. Required fields are marked *