ଦେଶର ସ୍ପ୍ରିଣ୍ଟ କୁଇନ୍ ଦୁତୀ ଚାନ୍ଦ ପୁଣି ଚମକିଲେ। ପଟିଆଲାରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ ଚାମ୍ପିୟନସିପରେ ସେ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟପାଇଁ ଆଣିଛନ୍ତି ଗୌରବ। ସେ ୧୦୦ ମିଟର୍ ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରି ଏହି ସଫଳତା ହାସଲ କରିଛନ୍ତି। ଫାଇନାଲରେ ଦୁତୀ ନିର୍ଦ୍ଧାରିତ ଦୂରତାକୁ ୧୧.୪୨ ସେକେଣ୍ଡ ସମୟରେ ଅତିକ୍ରମ କରିଥିଲେ। ଏହି ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ସୁସୀନ୍ଦ୍ରନ୍ ୧୧.୫୩ ସେକେଣ୍ଡ ସମୟରେ ଦ୍ୱିତୀୟ ଏବଂ ପଞ୍ଜାବର ମାନବୀର କୌର୍ ୧୨.୨୮ ସେକେଣ୍ଡ ସମୟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ୫ମ ଇଣ୍ଡିଆନ ଗ୍ରାଣ୍ଡପ୍ରିକ୍ସ ଚାମ୍ପିୟନସିପ୍ ଶୁକ୍ରବାର ଠାରୁ ପଞ୍ଜାବର ପଟିଆଲରେ ଆରମ୍ଭ ହୋଇଛି। ଯେଉଁଥିରେ ପୁରୁଷ ଓ ମହିଳା ବର୍ଗର ୧୬ଟି ଇଭେଣ୍ଟରେ ପ୍ରତିଯୋଗିତା ଖେଳାଯାଉଛି।