ପାକିସ୍ତାନ ପାଇଁ ପରମାଣୁ ଆକ୍ରମଣ ନୀତିରେ ପରିବର୍ତ୍ତନ ହେବ ଭାରତର ନିୟମ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଜସ୍ଥାନର ପୋଖରାନ ଗସ୍ତ କରିଛନ୍ତି। ସେଠାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କର ପ୍ରଥମ ଶ୍ରାଦ୍ଧ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ସମୟରେ ପରମାଣୁ ଆକ୍ରମଣକୁ ନେଇ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଭାରତର ନୀତି ହେଉଛି ସେ କେବେ ପ୍ରଥମେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବ ନାହିଁ। ହେଲେ ପରିସ୍ଥିତିକୁ ଦେଖି ଏହି ନୀତିରେ ଏବେ ପରିବର୍ତ୍ତନ କରାଯାଇ ପାରେ ବୋଲି ସେ କହିଛନ୍ତି। ପାକିସ୍ତାନ ସହ ଭାରତର ସମ୍ପର୍କକୁ ନେଇ ସେ ପରୋକ୍ଷରେ ଏକଥା ପାକସ୍ତାନକୁ ଟାର୍ଗେଟ କରି କହିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *