ଲାଲ୍ ଚୌକ୍‌ରେ ପତାକା ଉତ୍ତୋଳନ କରି ଇତିହାସ ରଚିବାକୁ ଯାଉଛନ୍ତି ଶାହା

ଇତିହାସ ରଚିବାକୁ ଯାଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଶାହା ଏଥର ଜମ୍ମୁ କଶ୍ମୀରରେ ୭୩ତମ ସ୍ୱାଧୀନତା ଦିବସ ଅବସରରେ ଶ୍ରୀନଗରରେ ପତାକା ଉତ୍ତୋଳନ କରିପାରନ୍ତି। ଆଜି ସନ୍ଧ୍ୟାରେ ଏଥିପାଇଁ ଶାହ ଶ୍ରୀନଗର ଗସ୍ତରେ ଯାଇପାରନ୍ତି। ଧାରା ୩୭୦ ହଟାଯିବା ପରେ ଏଥର ୧୫ ଅଗଷ୍ଟରେ ଶ୍ରୀନଗରର ଲାଲ ଚୌକ୍‌ରେ ଜାତୀୟ ପତାକା ଉତ୍ତୋଳନ କରିବା ନେଇ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମଧ୍ୟ ଏଭଳି ପଦକ୍ଷେପକୁ ସମର୍ଥନ କରିଛନ୍ତି। ନିକଟରେ କେନ୍ଦ୍ର ସରକାର ଧାରା ୩୭୦ ହଟାଇବା ସହିତ ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରିଥିଲେ ଏବଂ ଉଭୟକୁ କେନ୍ଦ୍ର ଶାସିତ ଅଂଚଳ ଘୋଷଣା କରିଥିଲେ। ଯଦି ଶାହା ସ୍ୱାଧୀନତା ଦିବସରେ ଲାଲ ଚୌକ୍‌ରେ ପତାକା ଉତ୍ତୋଳନ କରିବେ ତେବେ ତାହା ଏକ ଐତିହାସିକ ପଦକ୍ଷେପ ହେବ। ଶ୍ରୀନଗର ଗସ୍ତ ପରେ ଅମିତ ଶାହ ୧୬ ଏବଂ ୧୭ ଅଗଷ୍ଟରେ ଲଦାଖ୍‌ ଗସ୍ତରେ ଯିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *