ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି:୪୫ ମିନିଟ୍ ପରିବର୍ତ୍ତେ ଏଣିକି ଦେଢଘଣ୍ଟା ହେବ ଗୋଟିଏ କ୍ଲାସ

ଶିକ୍ଷାର ଉନ୍ନତି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଏକ ନୂଆ ନିଷ୍ପତ୍ତି ନିଆଯାଇଛି। ଏଣିକ ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ସମୟ ପଢ଼ାଯିବ। ପ୍ରତି ବିଷୟକୁ ୪୫ ମିନିଟ ପରିବର୍ତ୍ତେ ଏଣିକି ଦେଢ଼ ଘଣ୍ଟା ପଢ଼ାଯିବ। ସମ୍ପୃକ୍ତ ୩ଟି ବିଷୟରେ ପିଲା କମ୍‌ ନମ୍ବର ରଖୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଆରମ୍ଭରୁ ଇଂରାଜୀ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ପାଇଲଟ୍ ବେସିସ୍‌ରେ ଜିଲାସ୍ତରରେ ଗୋଟିଏ ସ୍କୁଲକୁ ବଛାଯାଇ ଉକ୍ତ ସ୍କୁଲରେ ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ପରେ ଏହି ବ୍ୟବସ୍ଥାକୁ ବ୍ଲକସ୍ତରରେ ଲାଗୁ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।  ଗତ ମାଟ୍ରିକ୍‌ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାସ୍‌ ହାର ନୈରାଶ୍ୟଜନକ ଥିବା ବେଳେ ଏହି ୩ଟି ବିଷୟରେ ପ୍ରଦର୍ଶନ ଭଲ ନ ଥିଲା। ଏହା ସ୍କୁଲ ଓ ଗଣଶିକ୍ଷା ବିଭାଗର ଚିନ୍ତା ବଢାଇଥିଲା। ଏଥର ପାସ୍‌ ହାରରେ ବୃଦ୍ଧି ସହ ପିଲାଙ୍କ ପ୍ରଦର୍ଶନ ଭଲ କରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ସେପଟେ ୪୫ ମିନିଟରୁ ହଠାତ ଦେଢ ଘଣ୍ଟା କାଳ କିପରି ଛାତ୍ରଛାତ୍ରୀମାନେ ବସି ପାଠ ପଢିବେ ଏହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *