ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଏବେ ଦେଶ ତଥା ଦେଶ ବାହାରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଭାରତରେ କଂଗ୍ରେସ ଦଳ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଥିବା ବେଳେ କିଛି ବିଶିଷ୍ଠ ବ୍ୟକ୍ତି ମଧ୍ୟ ମୋଦି ସରକାରଙ୍କୁ ସମାଲୋଚନା କରିବାକୁ ପଛାଇନାହନ୍ତି। ଯାହାକୁ ଆମ ଶତ୍ରୁ ଦେଶ ପାକିସ୍ତାନ ମଧ୍ୟ ଅସ୍ତ୍ର କରିଛି। ପାକିସ୍ତାନୀ ବିଶେଷଜ୍ଞ ଇସ୍ଲାମାବାଦର ଏକ ଟିଭି ଚ୍ୟାନେଲ୍ରେ ଭାରତରେ ଥିବା ସେମାନଙ୍କ ସମର୍ଥକ ନାଁ କହିଛନ୍ତି। ଏହି ତାଲିକାରେ ଲେଖକ ଅରୁନ୍ଧତୀ ରୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କଂଗ୍ରେସ ପାର୍ଟି ରହିଥିବା ସେ କହିଛନ୍ତି। ମୁଶାହିନ ହୁସେନଙ୍କ ନାମକ ଏହି ବିଶେଷଜ୍ଞ ଜଣଙ୍କ ପାକିସ୍ତାନର ଟିଭି ଚ୍ୟାନେଲ ଜିଓ ଟିଭିର ଏକ ବିତର୍କରେ ଭାଗ ନେଇଥିଲେ। ଏହି ସମୟରେ ସେ କହିଥିଲେ, ମୋଦୀଙ୍କୁ ତାଙ୍କ ଦେଶର ଲୋକେ ତାଙ୍କ ସମର୍ଥନ କରୁନାହଁନ୍ତି। ଭାରତରେ ମଧ୍ୟ ପାକିସ୍ତାନ ସମର୍ଥନରେ ଅନେକ ଲୋକେ ରହିଛନ୍ତି ଯେଉଁମାନେ ତାଙ୍କ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନାହାନ୍ତି।