ସାବଧାନ! ଡିପ୍ ଡିପ୍ରେସନର ରୂପ ନେଲା ଘୂର୍ଣ୍ଣିବଳୟ, ଘଡ଼ଘଡ଼ି ସହ ଆହୁରି ଦୁଇ ଦିନ ବର୍ଷିବ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସାରା ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ବର୍ଷା। ବିଶେଷ କରି ଉପକୂଳ ଓଡ଼ିଶା  ଓ ଉତ୍ତର ଓଡ଼ିଶାରେ ଗତ ରାତି ଠାରୁ ବର୍ଷା ଲାଗିରହିଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଡିପ୍ ଡିପ୍ରେସନର ରୂପ ନେଇଛି। ଫଳରେ ଆସନ୍ତା 2 ଦିନ ଏହା ପ୍ରଭାବରେ ବର୍ଷା ଲାଗି ରହିବ। ବିଶେଷ କରି ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, କେନ୍ଦ୍ରାପାଡା, କଟକ, ଜଗତସିଂହପୁ, ଯାଜପୁର, ଖୋର୍ଦ୍ଦା, ପୁରୀ  ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗିର, ନବରଙ୍ଗପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବାରୁ ଏହି ସମୟ ସମୁଦ୍ର ମଧ୍ୟଙ୍କୁ ମତ୍ସ୍ୟଜୀବି ମାନଙ୍କୁ ନଯିବା ପାଇଁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *