କଂଗ୍ରେସର ମଜବୁରୀ, ଗାନ୍ଧୀ ପରିବାର ଜରୁରୀ: ପୁଣି ଥରେ ପରିବାରକୁ ମିଳିଲା ପଦବୀ …

ଦିନ ତମାମ କଂଗ୍ରେସ କାର୍ଯ୍ୟସମିତିରେ ଦଳର ଅଧ୍ୟକ୍ଷକୁ ନେଇ ଚର୍ଚ୍ଚା ଓ ଆଲୋଚନା ହେଲା। ଶେଷରେ ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଭାବେ ସୋନିଆ ଗାନ୍ଧୀଙ୍କ ନାଁରେ ମୋହର ବାଜିଲା। ଯେପର୍ଯ୍ୟନ୍ତ ଦଳରେ ନୂଆ ଅଧ୍ୟକ୍ଷ ଚୟନ ନହୋଇଛି ସେପର୍ଯ୍ୟନ୍ତ ସୋନିଆ ଗନ୍ଧୀ କଂଗ୍ରେସ ଦଳର ସଭାପତି ରହିବେ।  ସୋନିଆ ଗାନ୍ଧୀ ନାଁ ଅନ୍ତରୀଣ ଅଧ୍ୟକ୍ଷା ଭାବେ ପ୍ରସ୍ତାବା ଆସିଥିଲା, ଏବଂ ପରେ କଂଗ୍ରେସ କାର୍ଯ୍ୟସମିତି ଏହାକୁ ସର୍ବସମ୍ମତିରେ ପାସ୍ କରିଥିଲା। କଂଗ୍ରେସ କାର୍ଯ୍ୟସମିତି ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ୱାସନିକ ସଭାପତି ଦୌଡ଼ରେ ଆଗରେ ଥିବା ଚର୍ଚ୍ଚା ହୋଇଥିଲା। ଏହାସହ ସୁଶୀଲ କୁମାର ସିନ୍ଦେ, ମଲିକାର୍ଜୁନ ଖଡ଼ଗେ ଓ କେସି ଭେନୁଗୋପାଳଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା। ପରିବାର ବାଦକୁ ନେଇ ଯେଉଁ ଭଳି କଂଗ୍ରେସ ବ୍ୟାକଫୁଟରେ ରହିଆସୁଥିଲା ,କୁହାଯାଉଥିଲା ଏଥର ପରିବାର ବାହାରୁ କେହି ସଭାପତି ହୋଇ ପାରନ୍ତି। କିନ୍ତୁ ସେମିତି କିଛି ହେଲା ନାହିଁ ପୁଣି ଥରେ କଂଗ୍ରେସ ଦଳର ରିମୋଟ ଗାନ୍ଧୀ ପରିବାରରେ ରହିଲା…

Leave a Reply

Your email address will not be published. Required fields are marked *