ସମୁଦ୍ର ତଟ ଦେଇ ପାକିସ୍ତାନ ଆତଙ୍କବାଦୀ ଭାରତରେ ପ୍ରବେଶ କରି ଆକ୍ରମଣ କରିପାରନ୍ତି। ଏ ସମ୍ପର୍କରେ ସୂଚନା ମିଳିବା ପରେ ଦେଶର ସମସ୍ତ କୋଷ୍ଟାର ଅଞ୍ଚଳକୁ ସତର୍କ କରାଇଦିଆଯାଇଛି। ରାଜ୍ୟରେ ଥିବା ୭ ଉପକୂଳ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ବ୍ରହ୍ମପର ଓ ଗଞ୍ଜାମ ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଜିଲ୍ଲା ଅଧୀନରେ ଥିବା ମେରାଇନ ପୁଲିସ ଷ୍ଟେସନକୁ ମଧ୍ୟ ଜାଗ୍ରତ ରହିବାକୁ କୁହାଯାଇଛି। ତା’ସହ କୋଷ୍ଟାଲ ପାଟ୍ରୋଲିଂ, ସମୁଦ୍ର ଭିତରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ରାଜ୍ୟରେ ଥିବା ସମସ୍ତ ୧୮ଟି ମେରାଇନ ଥାନାକୁ ସଜାଗ ରହିବାକୁ କୁହାଯାଇଛି। ଏହାସହ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଧ୍ୟ ନିରାପତ୍ତା ବଢ଼ାଇ ଯାଇଛି। ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୦ ଅଗଷ୍ଟ ଠାରୁ ୨୦ ଅଗଷ୍ଟ ଯାଏଁ ଜାରି ରହିବ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ଭିଜିଟର ପ୍ରବେଶକୁ ବନ୍ଦ କରାଯାଇଛି। ଚେକିଂ ବ୍ୟବସ୍ଥାକୁ ଅଧିକ ଟାଇଟ କରାଯାଇଛି। …..